ଓଡିଶା

odisha

ETV Bharat / briefs

ଭୟାବହ ଅଗ୍ନିକାଣ୍ଡ, 10 ପରିବାର ବାସହରା

ପଟ୍ଟାମୁଣ୍ଡାଇ ବ୍ଲକ ବାସୁଦେବପୁର ଗାଁରେ ଅଘଟଣ । 10ଟି ପରିବାର ବାସହରା ହୋଇଥିବାବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

By

Published : May 17, 2019, 10:10 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଅଗ୍ନିକାଣ୍ଡ ଘଟି ୧୦ଟି ପରିବାରର ଘର ପୋଡି ପାଉଁଶ । ଶୁକ୍ରବାର ଦିନ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବାସୁଦେବପୁର ଗାଁରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ 1୦ଟି ପରିବାରର ୨୦ରୁ ଉର୍ଦ୍ଧ୍ବ ବଖରା ଜଳି ଯାଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା
ଖବରପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ମଧ୍ୟରେ 10ଟି ପରିବାର ବାସହରା ହୋଇ ସାରିଥିଲେ । ବିଦ୍ୟୁତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସମସ୍ତେ ଅନୁମାନ କରୁଛନ୍ତ। ତେବେ ବାସହରା ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details