ନୟାଗଡ: ଆରମ୍ଭ ହେଲା ମହାବୀର କ୍ଷେତ୍ର ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା । ଏନେଇ ସାରା ଦଶପଲ୍ଲା ଅଞ୍ଚଳ ଉତ୍ସବମୁଖର । ପବିତ୍ର ଶ୍ରୀରାମ ନବମୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି । କଳାକାରମାନେ ବ୍ରତ ଧାରଣ କରି ଅରୁଆ ଖାଇ ମାସ ସାରା ଅଭିନୟ ଅଭ୍ୟାସ କରିଥାନ୍ତି । ଶେଷରେ ପବିତ୍ର ରାମ ନବମୀରେ ମୁକ୍ତାକାଶର ରଙ୍ଗମଞ୍ଚରେ ଅଭିନୟ କରିଥାନ୍ତି ।
ଲଙ୍କାପୋଡି ଯାତ୍ରାରେ କମ୍ପୁଛି ଦଶପଲ୍ଲା
ମହାବୀର କ୍ଷେତ୍ର ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା । ପବିତ୍ର ଶ୍ରୀରାମ ନବମୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି । 35 ଫୁଟ ଉଚ୍ଚ କାଠରେ ନିର୍ମିତ ରାବଣ ଓ ପୁଷ୍ପକ ବିମାନ ଯାତ୍ରାରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ