ଓଡିଶା

odisha

ETV Bharat / briefs

ବିଦ୍ୟୁତ ଆଘାତରେ ଚାଷୀ ମୃତ, ଗ୍ରାମବାସୀ କଲେ ରାସ୍ତାରୋକ

ଶନିବାର ଭୋର 5ଟାବେଳେ ସୁରେନ୍ଦ୍ର ଜେନା ତାଙ୍କ ଭାଗ ଜମିକୁ ଯାଇଥିଲେ। ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

By

Published : Mar 3, 2019, 8:07 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜଳେଶ୍ବର ଥାନା ପଶ୍ଚିମ ବାର୍ଡ଼ ପଞ୍ଚାୟତ ଦେବକୁମାର ଗ୍ରାମରେ ଘଟିଛି ଅଘଟଣ। ବିଦ୍ୟୁତ ଆଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତାରେ ଆନ୍ଦୋଳନ କରିଛନ୍ତି ।

ସୂଚନା ଅନୁଯାୟୀ ଶନିବାର ଭୋର 5ଟାବେଳେ ସୁରେନ୍ଦ୍ର ଜେନା ତାଙ୍କ ଭାଗ ଜମିକୁ ଯାଇଥିଲେ। ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଳ୍ପ ଉଚ୍ଚତାରେ ବିଦ୍ୟୁତ ତାର ଟଣା ଯାଇଥିବାରୁ ଅନ୍ଧାରରେ ଏମିତି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ଲୋକେ ।

ଗ୍ରାମବାସୀ ଏହି ଘଟଣାକୁ ନେଇ ରାସ୍ତାରେ ମୃତଦେହ ରଖି ବିକ୍ଷୋଭ କରିଥିଲେ। ପଶ୍ଚିମବାର୍ଡ଼ -ଜଳେଶ୍ୱର ରାସ୍ତା ଦୀର୍ଘ ସମୟ ବନ୍ଦ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜଳେଶ୍ୱର ତହସିଲଦାର ଓ ଜଳେଶ୍ବର ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ। ଗ୍ରାମବାସୀ ମୃତ ବ୍ୟକ୍ତିଙ୍କ ପରିବାରକୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ସହ ବିଦ୍ୟୁତ ବିଭାଗ ତୁରନ୍ତ ଏଦିଗରେ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details