ଭୁବନେଶ୍ବର: ବାତ୍ୟା 'ଫନି'କୁ 7 ଦିନ ବିତି ସାରିଲାଣି । ବାତ୍ୟା ପରେ ଏବେ ପ୍ରଶାସନ ଧୀରେ ଧୀରେ ଉଜୁଡ଼ା ସମ୍ପତ୍ତିକୁ ସଜାଡିବାରେ ବ୍ୟସ୍ତ । ତେବେ ବିଗତ 7 ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା, କଟକ, ବିଏମସି, ଜଗତସିଂହପୁର ପ୍ରଭୃତି ଅଞ୍ଚଳରେ ରିଲିଫ ବଣ୍ଟନ କରିଛନ୍ତି । ଆଉ ଏହାର ଟିକିନିଖି ତଥ୍ୟ ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ।
ଶ୍ରୀ ସିଂ ଦେଇଥିବା ସୂଚନା ମୁତାବକ, ପୁରୀର ରିଲିଫ ବଣ୍ଟନ ପାଇଁ 2 ଲକ୍ଷ 11 ହଜାର 838 କ୍ୱିଣ୍ଟାଲ ଚାଉଳ ଆବଶ୍ୟକ ରହିଥିବା ବେଳେ ଖୋର୍ଦ୍ଧା ପାଇଁ 2 ଲକ୍ଷ 67 କ୍ୱିଣ୍ଟାଲ ଚାଉଳର ଆବଶ୍ୟକ। ବିଏମସି, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ 24 ପ୍ରତିଶତ ଲୋକଙ୍କୁ ଚାଉଳ ବଣ୍ଟା ସରିଛି । 35.59 ପ୍ରତିଶତ ଲୋକେ ଚାଉଳ, 16.89% ଲୋକ ପଲିଥିନ ପାଇସାରିଛନ୍ତି ।