ଓଡିଶା

odisha

ETV Bharat / briefs

'ଫନି' ପ୍ରଭାବ: ଧୋଇଗଲା ରାସ୍ତା, ଭାଙ୍ଗିଲା ବେଉଷାର ମେରୁଦଣ୍ଡ - cyclone

'ଫନି' ଯାଇଛି । ହେଲେ ଅସରନ୍ତି ଦୁଃଖ ଦେଇଯାଇଛି । ରାଜଧାନୀ ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ, ସବୁଠି ରହିଛି 'ଫନି'ର ଛାପ । ସେପଟେ କିନ୍ତୁ 'ଫନି' ପ୍ରହାରରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ଶ୍ରୀକ୍ଷେତ୍ର ପୁରୀ । କିପରି ରହିଛି ବର୍ତ୍ତମାନ ପୁରୀର ରାସ୍ତାଘାଟ ଏନେଇ ସ୍ଥିତି ପରଖିଥିଲା ଇଟିଭି ଭାରତ...

ଫଟୋ ସୌଜନ୍ଯ: ସମ୍ବାଦଦାତା, ପୁରୀ

By

Published : May 6, 2019, 5:15 AM IST

Updated : May 6, 2019, 7:07 AM IST

ପୁରୀ: 'ଫନି' ମାଡ଼ରେ ଶ୍ରୀହୀନ ହୋଇଛି ଶ୍ରୀକ୍ଷେତ୍ର । ପାନଠାରୁ ଧାନ, ରାସ୍ତା ଠାରୁ ଆରମ୍ଭ କରି ଘରଦ୍ବାର ପର୍ଯ୍ୟନ୍ତ ସବୁକିଛି ବର୍ତ୍ତମାନ ରାସ୍ତାରେ ମିଶିଛି । ତେବେ ପୁରୀର ଜହ୍ନିକୁଦ ଅଞ୍ଚଳ ବ୍ୟାପକ ମାତ୍ରାରେ କ୍ଷୟକ୍ଷତିର ସମ୍ମୁଖିନ ହୋଇଛି । ରାସ୍ତା ଧୋଇଯିବା ସହ ଲୋକଙ୍କ ବେଉଷା ବେଶ ପ୍ରଭାବିତ ହୋଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହା ମଧ୍ୟ ପଢନ୍ତୁ:ଓଡିଶାର ରାଜଧାନୀ, ଅନ୍ଧାରରେ ତିନିଦିନି


ଜିଲ୍ଲାର ଜହ୍ନିକୁଦ ଅଞ୍ଚଳର ଅଧିକାଂଶ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ସମୟରେ 8 ଫୁଟରୁ ଉଚ୍ଚ ଜୁଆର ଉଠି ଧୋଇନେଇଛି ରାସ୍ତା । 'ଫନି' କେତେ ମାତ୍ରାରେ ଭୟଭୀତ ରହିଥିଲା ତାହା ଏହି ଉଜୁଡ଼ା ରାସ୍ତା ହିଁ ବୟାନ କରୁଛି । ତେବେ ଲୋକଙ୍କ କ୍ଷୋଭ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ ।


ପୁରୀରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 6, 2019, 7:07 AM IST

For All Latest Updates

ABOUT THE AUTHOR

...view details