ବ୍ରହ୍ମପୁର: ସାମୁଦ୍ରିକ ବାତ୍ୟା 'ଫନି'ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଗୁରୁବାର ରାତିରୁ ଲଗାଣ ବର୍ଷା ଜାରି ରହିଛି । ବର୍ଷା ସହିତ ପବନର ମାତ୍ରା ମଧ୍ୟ ତୀବ୍ର ହେବାରେ ଲାଗିଛି । ଏଥିସହିତ ସମୁଦ୍ର ଜୁଆର ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ।
'ଫନି'କୁ ନେଇ ଚିନ୍ତାରେ ଗଞ୍ଜାମବାସୀ - berhampur
ସାମୁଦ୍ରିକ ବାତ୍ୟା 'ଫନି'କୁ ନେଇ ଚିନ୍ତାରେ ଗଞ୍ଜାମବାସୀ । ରାତିରୁ ଜିଲ୍ଲାରେ ଲଗାଣ ବର୍ଷା ସହିତ ପବନ ଲାଗିରହିଛି । ସମୁଦ୍ର ଜୁଆର ମଧ୍ୟ ଧୀରେଧୀରେ ତୀବ୍ର ହେବାରେ ଲାଗିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ସେପଟେ ଫନିକୁ ସହରର ଏକ ସ୍ଥିତି ପରଖିଥିଲେ ଆମ ପ୍ରତିନିଧି । ଆଉ ସମୁଦ୍ର ନିକଟବର୍ତ୍ତୀ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ଫନିକୁ ଭୟଭୀତ ଥିବା କିଛି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ସମୁଦ୍ର କୂଳକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଥିବାରୁ ଏହା ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ପାଖାପାଖି 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ