ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ଯିବାର ଆଜିକୁ ପାଖାପାଖି ଏକ ମାସ ହେବାକୁ ଯାଉଛି । ହେଲେ ଫନି ମାରିଥିବା ଚୋଟ ଆଜିବି ସେମିତି ଅଛି । ଯଦିଓ ପରିସ୍ଥିତି କିଛି ସୁଧୁରିଛି କିନ୍ତୁ ଏବେ ନିଶ୍ଚିତ ବିପଦକୁ ସାମ୍ନା କରୁଛନ୍ତି ରାଜଧାନୀବାସୀ । କହିବାକୁ ଗଲେ କେତେବେଳେ କଣ ଘଟିବ କହିବା ମୁସ୍କିଲ, କାରଣ ବାତ୍ୟା ଫନିରେ ସବୁଠାରୁ ଅଧିକ ଧ୍ବସ୍ତ ହୋଇଥିବା ବିଜୁଳି ସେବା ଏବେ ଲୋକଙ୍କ ପାଇଁ ବିପଦ ହୋଇ ଛିଡା ହୋଇଛି ।
ଫନି ପରେ ପରେ ପୁନଃରୁଦ୍ଧାର କାମକୁ ଜୋରଦାର କରାଯାଇଛି, ହେଲେ କେଉଁଠି 33କେଭିର ବିଦ୍ୟୁତ ତାର ଝୁଲୁଛି ତ କେଉଁଠି ନିଦ୍ରା ନେଉଛି ବିଦ୍ଯୁତ ଖୁଣ୍ଟ । ଆଉ ସହର ସାରା ଲାଗିଥିବା ହୋର୍ଡିଂ ଏବେ ବିପଦକୁ ଆହୁରି ବଢାଇ ଦେଇଛି । ପୁଣି କାହାର ଘର ଉପର ଦେଇ ବିପଦସଂକୁଳ ଅବସ୍ଥାରେ 33କେଭିର ବିଦ୍ୟୁତ ତାର ଝୁଲୁଥିବାବେଳେ କେଉଁଠି ନିତିଦିନିଆ ରାସ୍ତା ଉପରେ ପଡିଛି ତାର ।