ଓଡିଶା

odisha

ETV Bharat / briefs

ସରକାରୀ ସହାୟତା ଅପେକ୍ଷାରେ...

କଚ୍ଚା ଘରେ ରହି ଫନିର ସାମନା କରିଥିବା ଜହ୍ନିକୁଦା ଅଞ୍ଚଳର ଏହି ପରିବାରକୁ ବ୍ରହ୍ମପୁରର ରୋଟାରିଆନ ସଭାପତି ସହାୟତାର ହାତ ବଢାଇଛନ୍ତି। ଏହାଛଡା ଏହି ପରିବାର ସରକାରୀ ସହାୟତା ଅପେକ୍ଷାର ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : May 6, 2019, 2:40 PM IST

ବ୍ରହ୍ମପୁର: 'ଫନି'ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରସ୍ତୁତ ହୋଇଥିଲା । ରାଜ୍ୟର ତଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷା ସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଏଭଳି ଜଣେ ପରିବାର ଯାହା ଉପରେ ପ୍ରଶାସନର ପଡିନଥିଲା ଦୃଷ୍ଟି । ଅସୁରକ୍ଷିତ ଅବସ୍ଥାରେ ନିଜ କଚ୍ଚା ଘରେ ରହି କରିଥିଲେ ଫନିର ସାମନା । ଯାହାର ଜ୍ବଳନ୍ତ ଚିତ୍ର ଦେଖାଇଥିଲେ ଆମ ପ୍ରତିନିଧି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଫନିକୁ ନେଇ ରାଜ୍ୟ ସରକାର ଅନେକ ପ୍ରସ୍ତୁତି କରିଥିଲେ ସୁଦ୍ଧା ସରକାରଙ୍କ ଦୃଷ୍ଚିରୁ ବଞ୍ଚିଯାଇଥିଲେ ଜହ୍ନିକୁଦା ଅଞ୍ଚଳର ଏହି ପରିବାର । ତେବେ ସାଧାରଣରେ ଏହି ଖବର ପ୍ରସାରିତ ହେବା ପରେ ବ୍ରହ୍ମପୁରର ରୋଟାରିଆନ ସଭାପତି ଘଟଣାସ୍ଥଳରେ ପହଞ୍ଚି ଫନି ପୀଡିତ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ଏଥିସହିତ ସରକାର ଏବଂ ପ୍ରଶାସନକୁ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details