ଓଡିଶା

odisha

ETV Bharat / briefs

'ଭିଏଚଏଫ ଯୋଗୁଁ ଫନି ମୁକାବିଲା ସହଜ ଥିଲା' - ଭିଏଚଏଫ

ଫନି ତାଣ୍ଡବକୁ ସାମ୍ନା କରିଥିଲା କମିଶନରେଟ ପୋଲିସ । ଟ୍ବିନି ସିଟିରେ ଲୋକଙ୍କୁ ଯୋଗାଯୋଗ ସ୍ବଭାବିକ ସହ ଗମନାଗମନ କରାଇବା ଦିଗରେ ଥିଲା ପୋଲିସର ଭୂମିକା ।  ଓଡ୍ରାଫ ଓ ଏନଡିଆରଏଫ, ଅଗ୍ନିଶମ ସହ ଦିନ ରାତି ଏକ କରି ଡି୍ୟୁଟି କରିଥିଲେ ପୋଲିସ କର୍ମଚାରୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

By

Published : May 21, 2019, 11:45 PM IST

ଭୁବନେଶ୍ବର: ବିପଦ ସମୟରେ କେବଳ ସାହା ହୋଇଥିଲା ଭିଏଚଏଫ ବା ପୋଲିସର ବେତାର ସେବା । ଫନି ମୁକାବିଲା ନେଇ ୪୮ ଘଣ୍ଟା ପୁର୍ବରୁ ପ୍ରସ୍ତୁତି କରିଥିଲା କମିଶନରେଟ ପୋଲିସ । ସେହି ସମୟରେ ୯୯ ମହାବାତ୍ୟା, ହୁଡହୁଡ ଓ ଫାଇଲିନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଥିବା ଅଫିସର ପ୍ରସ୍ତୁତ କରିଥିଲେ ଫନି ମୁକାବିଲାର ବ୍ଲୁ ପ୍ରିଣ୍ଟ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ପ୍ରସ୍ତୁତି ଥିଲା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର କରିବା । ବିପର୍ଯ୍ୟୟ ପରେ ଯୋଗାଯୋଗ ପାଇଁ ରେଡିଓ କନେକ୍ଟିଭିଟ ବା ବେତାର ସେବା ଭିଏଚଏଫର କାର୍ଯ୍ୟକ୍ଷମ ଚାଲୁ ରଖିବ। ତା ସହିତ ତୁରନ୍ତ ଯୋଗାଯୋଗ ଜରିଆରେ ରାସ୍ତା ସଂଯୋଗୀକରଣ । ଯାହାକି ସମ୍ଭବ ହୋଇପାରିଥିଲା ଭିଏଚଏଫ ଜରିଆରେ ।

ଯାହାକି ଫନି ମୁକାବିଲା କମିଶନରେଟ ପୋଲିସ ପାଇଁ ଏକ ପ୍ରକାର ଓ୍ବି କେୟାର ଓ ଓ୍ବି ଡେୟାର ସ୍ଲାୋଗାନ ବଜାୟ ରଖିବାରେ ସହାୟକ ହୋଇପାରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details