ଓଡିଶା

odisha

ETV Bharat / briefs

ଯୁବ ବେପାରୀଙ୍କ ପେଟରେ 'ଫନି'ର ଲାତ୍ - bhubaneswar

'ଫନି' ପ୍ରଭାବରେ ଭୁବନେଶ୍ବରର ଜଣେ ଯୁବ ବ୍ୟବସାୟୀଙ୍କ ବ୍ୟବସାୟରେ କ୍ଷତି ହୋଇଛି । ନିଜ ସମ୍ପର୍କୀୟ ଏବଂ ବ୍ୟାଙ୍କରୁ ଆଣି ବ୍ୟବସାୟୀ ଆରମ୍ଭ କରିଥିଲେ । ମାତ୍ର 'ଫନି'ର ତାଣ୍ଡବ ତାଙ୍କର ସବୁକିଛି ଉଜାଡି ଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 12, 2019, 11:35 PM IST

ଭୁବନେଶ୍ବର: ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ତାଣ୍ଡବ ରଚିଯାଇଛି 'ଫନି' । ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । 'ଫନି'ର ଏହି ଭୟଙ୍କର ପ୍ରଳୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଫନି ଯିବାର ସପ୍ତାହରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏବେ ବି ଏହି ଦୁଇ ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନେକଙ୍କ ଘରେ ଜଳିନି ଚୁଲି । ସେପଟେ ସରକାରୀ ରିଲିଫରେ ମିଳୁଥିବା ଚୁଡାଗୁଡ 'ଫନି' ପ୍ରଭାବିତଙ୍କୁ ଦି ଓଳିର ପେଟ ଭରିବା ପାଇଁ କଷ୍ଟକର ହୋଇପଡିଛି । ଏହି କ୍ରମରେ 'ଫନି' ଭୁବନେଶ୍ୱରର ଜଣେ ଯୁବ ବେପାରୀ ଜଗବନ୍ଧୁ ପୁହାଣଙ୍କ ପେଟରେ ଗୋଇଠା ମାରିଯାଇଛି । ସରକାରୀ ସ୍ତରରେ ବ୍ୟାଙ୍କରୁ ଲୋନ୍ କରି ଏକ ଫିନାଇଲ ବ୍ୟବସାୟ ଆରମ୍ଭ କରିଥିଲେ । ସେଥିରୁ ସେ ନିଜର ଓ ପରିବାରର ପେଟ ପୋଷୁଥିଲେ । ମାତ୍ର ଆଜି 'ଫନି'ର ପ୍ରଳୟ ତାଙ୍କର ସବୁକିଛି ଛାରକାର କରିଯାଇଛି । ଯାହାକୁ ନେଇ ସେ ଏବେ ଚିନ୍ତାରେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details