ଓଡିଶା

odisha

ETV Bharat / briefs

'ଫନି' ତାଣ୍ଡବରେ ବେହାଲ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି, ଚିନ୍ତାରେ ଅଭିଭାବକ

ଫନି ମାଡ଼ରୁ ବର୍ତ୍ତିନି ପିଲାଙ୍କ ଭବିଷ୍ୟତ । ବହିବସ୍ତାନୀ ସିନା ବର୍ତ୍ତି ଯାଇଛି ହେଲେ ବର୍ତ୍ତି ପାରିନି ବିଦ୍ୟାର ମନ୍ଦିର । ରଜ ଛୁଟି ପରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷ ପାଇଁ ଯଦି ଯୁଦ୍ଧକାଳୀନ ଭିତ୍ତିରେ ପୁନଃରୁଦ୍ଧାର କରାନଯାଏ ତାହା ପିଲାଙ୍କ ଶିକ୍ଷାଦାନ ଉପରେ ଗୁରୁତର ପ୍ରଭାବ ପକାଇବ ।

By

Published : Jun 1, 2019, 11:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ଖୋର୍ଦ୍ଧା: ସରିବ ଖରା ଛୁଟି ଆଉ ଖୋଲିବ ସ୍କୁଲ । କିନ୍ତୁ 'ଫନି' ତାଣ୍ଡବରେ ଭାଙ୍ଗିରୁଜି ଯାଇଛି ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 910ଟି ସ୍କୁଲ । ସେଥିମଧ୍ୟରୁ ଜିଲ୍ଲାର 132ଟି ଉଚ୍ଚ ବିଦ୍ୟାଳୟ ଥିବା ବେଳେ 778ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । କିନ୍ତୁ ସମ୍ପୂର୍ଣ୍ଣ ଭାବେ 60ଟି ବିଦ୍ୟାଳୟ ଭାଙ୍ଗିରୁଜି ଯାଇଛି । ଏବେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଅପରପକ୍ଷେ ସ୍କୁଲ ଖୋଲିବା ପୂର୍ବରୁ ମରାମତି କାର୍ଯ୍ୟ ସମାପ୍ତ ହୋଇଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଭୁପିନ୍ଦର ସିଂ ପୁନିଆ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details