ଓଡିଶା

odisha

ETV Bharat / briefs

'ଫନି' ଛଡାଇ ନେଲା ଛାତ, ଆହାର କେନ୍ଦ୍ର ସାଜିଛି ଆଶ୍ରୟ

ଫନି ପ୍ରଳୟ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ରଚିଯାଇଥିବା ବେଳେ ବସ୍ତି ବାସିନ୍ଦାଙ୍କ ଘର ଉଜୁଡି ଯାଇଛି । ଏଭଳି ସ୍ଥିତିରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବା ଲୋକଙ୍କ ପାଇଁ ଏବେ ଆହର କେନ୍ଦ୍ର ପାଲଟିଛି ଆଶ୍ରୟସ୍ଥଳୀ ।

By

Published : May 9, 2019, 5:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ 'ଫନି' । ବାତ୍ୟା ମାଡରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ପୁରୀ ଓ ଖୋର୍ଦ୍ଧା ଜିଲ୍ଲା । ଫନି ଯିବା ପରେ ମଧ୍ୟ ରାଜ୍ୟର ଏହି 2 ଜିଲ୍ଲାର ସ୍ଥିତି ଏବେ ବି ସଙ୍ଗୀନ ରହିଛି । ଆଜି ବି ଜିଲ୍ଲାବାସୀଙ୍କ ଘରେ ଜଳିନି ଚୁଲି । ସେପଟେ ସରକାରୀ ରିଲିଫରୁ ମିଳୁଥିବା ଚୁଡା ଗୁଡ ପ୍ରଭାବିତଙ୍କୁ ଦି ଓଳି ପେଟ ଭରିବାକୁ କଷ୍ଟକର ହୋଇ ପଡୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବାତ୍ୟା ସମୟ ଲୋକଙ୍କୁ ଯେତିକି କଷ୍ଟ ଦେଉଥିଲା ବାତ୍ୟା ପରେ ଏହାର ଯନ୍ତ୍ରଣା ଦୁଇ ଗୁଣ ବଢି ଯାଇଛି । ଅନେକ ବସ୍ତିବାସିନ୍ଦାଙ୍କ ଘର ଉଜୁଡି ଯାଇଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଏଣେତେଣେ ଘୂରି ବୁଲୁଛନ୍ତି ଲୋକେ । ଆଉ ଏହି ସମୟରେ ରାଜଧାନୀ ପ୍ରେସ ଛକର ଆହାର କେନ୍ଦ୍ରର ଛାତ ପାଲଟିଛି ଗରିବଙ୍କ ଘର । ରାଜଧାନୀର ଏଭଳି ପରିସ୍ଥିତି କେବେ ସୁଧୁରିବ ସେ ନେଇ ଚିନ୍ତାରେ ଲୋକେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details