ଓଡିଶା

odisha

ETV Bharat / briefs

ଓୟୁଏଟି ପ୍ରବେଶିକା ପରୀକ୍ଷା ମାମଲା: ନକଲି ପରୀକ୍ଷାର୍ଥୀ ରାକେଟର ଫର୍ଦ୍ଦାଫାଶ

ଓୟୁଏଟି ପ୍ରବେଶିକା ପରୀକ୍ଷା ମାମଲାରେ ନକଲି ପରୀକ୍ଷାର୍ଥୀ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ସେମାନଙ୍କୁ ଗିରଫ କରାଯାଇ ଅସଲି ଆଡମିଟ୍ କାର୍ଡ, ଆଧାରକାର୍ଡ ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି । ଏଥିସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

By

Published : May 20, 2019, 8:29 PM IST

Updated : May 20, 2019, 9:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓୟୁଏଟି ପ୍ରବେଶିକା ପରୀକ୍ଷା ମାମଲାରେ ନକଲି ପରୀକ୍ଷାର୍ଥୀ ରାକେଟର ପର୍ଦ୍ଦାଫାଶ । ପ୍ରବେଶିକା ପରୀକ୍ଷା ଦେବାକୁ 5 ଲକ୍ଷ ଟଙ୍କାର ହୋଇଥିଲା ଡିଲ । ପରୀକ୍ଷା ଦେବାକୁ ଥିବା ନକଲି ପରୀକ୍ଷାର୍ଥୀଙ୍କୁ ଫ୍ଲାଇଟ, ଟ୍ରାଭେଲ ସହ ସୋଫିଷ୍ଟିକେଟେଡ୍ ହୋଟେଲରେ ରହିବା ପାଇଁ ସୁବିଧା ଯୋଗାଇ ଦିଆଯାଉଛି ।

ସୂଚନାନୁସାରେ, ରବିବାର ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ରାଜସ୍ଥାନର ଆଦର୍ଶ ଚୌଧୁରୀ ଧରାପଡିବା ପରେ ଏହି ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ବର୍ତ୍ତମାନ ସୁଦ୍ଧା ରାକେଟର ମାଷ୍ଟରମାଇଣ୍ଡ ସମେତ ମୋଟ 4 ଜଣ ଅଭିଯୁକ୍ତ ଧରାପଡିଛନ୍ତି । ଏଯାବତ୍ ଅସଲି ପରୀକ୍ଷାର୍ଥୀଙ୍କ ସମ୍ପର୍କରେ କୌଣସି ଖୁଲାସା ହୋଇପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ କୋଚିଂ ସେଣ୍ଟରରୁ ଏଭଳି ଡିଲ୍ ଆରମ୍ଭ ହୋଇଛି । ଏହି ରାକେଟରେ ଧରାପଡିଥିବା ଆଦର୍ଶ ଚୌଧୁରୀ ପୁରୀ ଜିଲ୍ଲା ଗୋପର ଯୁଧିଷ୍ଠିର ମଲ୍ଲିକଙ୍କ ପାଇଁ ପରୀକ୍ଷା ଦେଉଥିଲେ । ଏନେଇ ଗଞ୍ଜାମର ଏନଏମଆଇଇଟିର ମାର୍କେଟିଂ ଏକ୍ସୁକ୍ୟୁଟିଭ୍ ରଞ୍ଜିତ୍ ବେଉରିଆ ପ୍ଲାନ ପ୍ରସ୍ତୁତି କରିଥିଲେ । ଏଥିପାଇଁ ବିହାରର ସରନ ଜିଲ୍ଲାର ଅମୀୟ ଭୂଷଣଙ୍କ ଜରିଆରେ ବ୍ରୋକର ଅମିତ କୁମାର ସିଂ ରାଜସ୍ଥାନର ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଆଦର୍ଶ ଚୌଧୁରୀଙ୍କ ସହ ଡିଲ୍ କରିଥିଲେ । ତାଙ୍କୁ ଏଥିପାଇଁ 5 ଲକ୍ଷ ଟଙ୍କାର ଡିଲ ସହ ଓଡିଶା ଆସିବାକୁ ଫ୍ଲାଇଟ ଟିକେଟ ସହ ଡ୍ରିମସ ପ୍ଯାଲେସ ଭଳି ସୋଫିଷ୍ଟିକେଟେଡ୍ ହୋଟେଲରେ ରହିବା ସୁବିଧା ଯୋଗାଇ ଦିଆଯାଇଥିଲା ।

ତେବେ ଧର୍ମବିହାର ଶିଶୁ ବିଦ୍ଯା ମନ୍ଦିରରେ ଅନୁଷ୍ଠିତ ଓୟୁଏଟି ପ୍ରବେଶିକା ପରୀକ୍ଷା ଦେବାକୁ ଅସଲି ଆଡମିଟ କାର୍ଡ ଓ ଆଧାରକାର୍ଡ ଧରି ପରୀକ୍ଷା ହଲରେ ପହଞ୍ଚିଥିଲେ । ମାତ୍ର ପରୀକ୍ଷା ଦେଉଥିବାବେଳେ ଏକଜାମିନରଙ୍କ ହାତରେ ଧରାପଡିଥିଲେ । ସ୍କୁଲ ପକ୍ଷରୁ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ନକଲି ପରୀକ୍ଷାର୍ଥୀକୁ ଗିରଫ କରିବା ସହ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ସେମାନଙ୍କ ନିକଟରୁ ଅସଲି ଆଡମିଟ୍ କାର୍ଡ, ଆଧାରକାର୍ଡ ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି । ଆଇପିସି ଧାରା ୪୧୯, ୪୨୦, ୧୨୦ବି ଏବଂ ଓଡିଶା କଣ୍ଡକ୍ଟ ଅଫ ଏଜୁକେସନ ଆକ୍ଟର ଧାରା ୯ରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 20, 2019, 9:19 PM IST

ABOUT THE AUTHOR

...view details