ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ରାଜ୍ୟରେ ପରୀକ୍ଷା ଦେଇଥିବା ଅନେକ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ କଲ୍ । ଆପଣଙ୍କ ନିର୍ଦ୍ଦିଷ୍ଟ ବିଷୟରେ କମ୍ ମାର୍କ ରହିଛି । ତେଣୁ 3ହଜାର ଟଙ୍କାରୁ 30 ହଜାର ଟଙ୍କା ପର୍ଯ୍ୟନ୍ତ ହେଉଛି ଡିଲ୍ । ଏମିତି କି ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦେଉଛନ୍ତି ଫେକ୍ କଲର୍ । ଏହାକୁ ନେଇ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଅଭିଭାବକମାନଙ୍କୁ ସଜାଗ ରହିବା ପାଇଁ ଅନୁରୋଧ କରାଯାଇଛି ।
ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିବା ପରେ ବିଭିନ୍ନ ନମ୍ବରରୁ ଆସୁଛି ଏହି ଫେକ କଲ୍ । କଲର୍ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ଆପଣଙ୍କ ପିଲାର ଏହି ବିଷୟରେ କମ୍ ନମ୍ବର ଅଛି କହି ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଉଛନ୍ତି । ଏଥିରେ 3ହଜାରରୁ 30 ହଜାର ପର୍ଯ୍ୟନ୍ତ ଟଙ୍କା ଭରିବା ପାଇଁ ଅଭିଭାବକମାନଙ୍କୁ କହିଥାନ୍ତି । ଏହାକୁ ନେଇ କିଛି ଅଭିଭାବକ ମାଧ୍ୟମିକ ପରିଷଦର ଅଧିକାରୀଙ୍କୁ ଅବଗତ କରିଥିଲେ ।