ଭୁବନେଶ୍ବର: ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ରାଜ୍ୟରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫୨୫୫ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି । ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୦୭/୧୧୬ ଅନୁସାରେ ଆଜି ସୁଦ୍ଧା ମୋଟ ୨୭ ହଜାର ୮୧୮ ଜଣଙ୍କୁ ଅଟକ ରଖାଯାଇଛି ।
ଲାଇସେନ୍ସ ପ୍ରାପ୍ତ ୩୮୩୦ ଗୋଟି ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଜିମାରେ ଦିଆଯାଇଛି । ଲାଇସେନ୍ସ ନଥିବା ୧୧୦ ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୫ଗୋଟି କାରଖାନା ଉପରେ ଚଢ଼ାଉ କରାଯାଇ ୨୩୯.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ୱାଡ୍ ଏବଂ ପୋଲିସ୍ ଦ୍ୱାରା ୨୧ ଲକ୍ଷ ୭୫ ହଜାର ୪୧୦ ଟଙ୍କା ଜବତ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ୍ ଓ ଅବକାରୀ ବିଭାଗ ସହାୟତାରେ ୬୨୫୩୨.୨୮୫ ଲିଟର ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୪ ଲକ୍ଷ ୫୯ ହଜାର ୯୭୨ ଟଙ୍କା ହେବ ।