ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ବ ଅକ୍ସିଜେନ ଏକ୍ସପ୍ରେସ ଟ୍ରେନର ପରିଚାଳନା କରିଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 35 ଟି ଅମ୍ଳଜାନ ଭର୍ତ୍ତି ସ୍ବତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି । 2252.07 ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପରିବହନ କରାଯାଇଛି ।
ଦକ୍ଷିଣ ପୂର୍ବ ଏବଂ ପୂର୍ବ ରେଳପଥରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ 33ଟି ଅମ୍ଳଜାନ ଭର୍ତ୍ତି ଏକ୍ସପ୍ରେସ୍ ସ୍ପେସିଆଲ୍ ଗ୍ରୀନ୍ କରିଡର ଦେଇ ଗନ୍ତବ୍ୟ ସ୍ଥଳ ପାଇଁ ଯାତାୟାତ କରିଛି। ତରଳ ମେଡିକାଲ୍ ଅମ୍ଳଜାନ ଲୋଡିଂ ପାଇଁ 38ଟି ଖାଲି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଏହି ଜୋନ୍ ଦେଇ ଚଳାଚଳ କରିଛି । ଅକ୍ସିଜେନ ଏକ୍ସପ୍ରେସ ଗନ୍ତବ୍ୟସ୍ଥଳକୁ ଯିବା ବାଟରେ ଟ୍ରେନର କର୍ମଚାରୀ ଓ ସହାୟକ ସଦସ୍ୟମାନଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ଖାଦ୍ୟ ପ୍ୟାକେଟ୍ ବ୍ୟବସ୍ଥା କରାଯାଉଛି। ପୂର୍ବତଟ ରେଳପଥ ମଧ୍ୟରେ ଅମ୍ଳଜାନ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପ୍ରାଥମିକତା ଦିଆଯାଇଛି । ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି। ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ଦ୍ବାରା ଏପର୍ଯ୍ୟନ୍ତ 15,000 ଟନ ଅମ୍ଳଜାନ ପରିବହନ କରାଯାଇଛି। କୋଭିଡ଼-୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି ।
ସୋମବାର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨,୨୫୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଲାଣି। ଭାରତୀୟ ରେଳବାଇ ଦ୍ବାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ତଥା 22 ଏପ୍ରିଲ, 2021 ରୁ ଆରମ୍ଭ ହୋଇଥିଲା ଯେତେବେଳେ ରାଷ୍ଟ୍ରିୟ ଇସ୍ପାତ ନିଗମ ଲିମିଟେଡ୍, ବିଶାଖାପାଟନମରୁ ମହାରାଷ୍ଟ୍ରର ନାସିକକୁ ଅମ୍ଳଜାନ ପରିବହନ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ ପ୍ରାୟ 106ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ପରିଚାଳନା କରିଛି, ସେଥିମଧ୍ୟରୁ 35 ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ତରଳ ମେଡିକାଲ୍ ଅମ୍ଳଜାନ (LMO) ଧାରଣ କରି ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଛି । ଦକ୍ଷିଣ ପୂର୍ବ ରେଳପଥ ଏବଂ ପୂର୍ବ ରେଳପଥରୁ 33 ଟି ଅମ୍ଳଜାନ ଭର୍ତ୍ତି ଏକ୍ସପ୍ରେସ ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପରିଚାଳିତ ହୋଇଅଛି । ଦୁର୍ଗାପୁର, ଟାଟାନଗର, ଏବଂ ରାଉରକେଲାରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଅଛି। ଏହା ବ୍ୟତୀତ, ତରଳ ମେଡିକାଲ ଅକ୍ସିଜେନ ଭରିବା ପାଇଁ ବିଭିନ୍ନ ଲୋଡିଂ ପଏଣ୍ଟରେ ପହଞ୍ଚିବା ପାଇଁ ପ୍ରାୟ 38ଟି ଖାଲି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରିଛି। ପୂର୍ବତଟ ରେଳପଥ ଦ୍ବାରା 545.31 ଟନ୍ ତରଳ ମେଡିକାଲ ଅକ୍ସିଜେନ ମହାରାଷ୍ଟ୍ରକୁ 842.4 ଟନ୍ ଦିଲ୍ଲୀ ଏବଂ ହରିୟାଣାକୁ 117.9 ଟନ୍, କେରଳକୁ 505.44 ଟନ୍, ତେଲେଙ୍ଗାନାକୁ 120 ଟନ୍, ତାମିଲନାଡୁକୁ ଏବଂ 120.98 ଟନ୍ କର୍ଣ୍ଣାଟକକୁ ପରିବହନ କରାଯାଇଛି ।