ଓଡିଶା

odisha

ETV Bharat / briefs

'ମେ 23ରେ ଚମତ୍କାର ପ୍ରଦର୍ଶନ କରିବ କଂଗ୍ରେସ'

2019 ଲୋକସଭା ଆସନ ପାଇଁ ସରିଛି ନିର୍ବାଚନ । ଆରମ୍ଭ ହୋଇଛି ଆକଳନ । ଏନଡିଏ ନୁହେଁ ପୁଣି ଆସିବ କଂଗ୍ରେସ । ତାହା ପୁଣି ଭାରି ମତଦାନରେ। ଏକ୍ସଜିଟ ପୋଲିକୁ ନୁହେଁ ମେ'23କୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରବକ୍ତା ।

By

Published : May 20, 2019, 10:42 AM IST

Updated : May 20, 2019, 11:27 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ବାଚନ ସରୁ ସରୁ ଆରମ୍ଭ ହୋଇଯାଇଛି ବିଭିନ୍ନ ଆକଳନ । କେଉଁ ଦଳ ଗାଦିଚ୍ୟୁତ ଆଉ କାହା ହାତକୁ ଯିବ କ୍ଷମତା । ସେନେଇ ଚାଲିଛି ବିଭିନ୍ନ ଆକଳନ । ଗତକାଲି ସପ୍ତମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବାହାରି ଯାଇଛି ଏକଜିଟ ପୋଲ । ଏହି ଏକଜିଟ ପୋଲକୁ ନୁହେଁ ମେ'23ରେ ଜଣାପଡିବ ରେଜଲ୍ଟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।


ସମସ୍ତ ଏକଜିଟ ପୋଲ ଏନଡିଏକୁ ଜିତାଉଛି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ମାହୋଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଏକଜିଟ ପୋଲର ଆକଳନ କେତେ ସଠିକ ତାହା ମେ'23 ଆସିଲେ ଜଣାପଡିବା ସହ ଏକଜିଟ ପୋଲକୁ ନୁହେଁ ମେ'23ରେ କଂଗ୍ରେସ ଚମତ୍କାର ପ୍ରଦର୍ଶନ କରିବ ବୋଲି କଂଗ୍ରେସ ପ୍ରବକ୍ତା ରାଜୀବ ଗୌଡା କହିଛନ୍ତି । ଭୋଟକୁ ଆକଳନ କରି ହେବ ନାହିଁ କିଏ ଆସନ କିଏ ପାଇବ ।

ସେପଟେ, ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ଏକଜିଟ ପୋଲକୁ ଉଡାକଥା କହିଛନ୍ତି । ଏପରି ଏହି ଏକଜିଟ ପୋଲ ମାଧ୍ୟମରେ ହଜାର ହଜାର ସଂଖ୍ୟାର ଇଭିଏମ ମେସିନକୁ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ମମତା କହିଛନ୍ତି ।

Last Updated : May 20, 2019, 11:27 AM IST

For All Latest Updates

ABOUT THE AUTHOR

...view details