ଓଡିଶା

odisha

ETV Bharat / briefs

ଲୋକକଳାରେ ଝଲସିଲା ବଲାଙ୍ଗୀର

ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକକଳା ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉଲ ହଲ ଠାରେ ଆୟୋଜିତ ଏହି ଉତ୍ସବକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Jun 15, 2019, 10:35 PM IST

ବଲାଙ୍ଗୀର: ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ଜୁନ 14 ତାରିଖକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକକଳା ଦିବସ ଭାବେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକକଳା ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉଲ ହଲ ଠାରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଲୋକକଳା ସଙ୍ଗଠନ ସାମିଲ ହୋଇଥିଲେ । ଢାପ ନୃତ୍ୟ, ଘୁବୁକୁଡୁ ଭଳି ଅନେକ ଲୋକନୃତ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଲୋକକଳାକୁ ଉଜ୍ଜୀବିତ ରଖିବାକୁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଦ୍ବାରା କଳାକାର ବେଶ ଉପକୃତ ହୋଇଛନ୍ତି । ଆୟୋଜିତ ଲୋକକଳା ଉତ୍ସବରେ ଲୋକକଳାକୁ ଲୋକଲୋଚନକୁ ଆଣିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details