ଓଡିଶା

odisha

ETV Bharat / briefs

ଦିବ୍ୟାଙ୍ଗକୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିକ୍ଷୋଭକାରୀ

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ । ତେଣୁ ଦିବ୍ୟାଙ୍ଗଙ୍କ ପରିବାର ବର୍ଗକୁ କ୍ଷତିପୂରଣ ବାବଦକୁ 10 ଲକ୍ଷ ଟଙ୍କା ପ୍ରଦାନ ଦାବି ନେଇ ଦିବ୍ୟାଙ୍ଗ ସଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

By

Published : Jun 10, 2019, 9:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ରବିବାର ଦିନ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ଦିବ୍ୟାଙ୍ଗ ରଞ୍ଜିତା ପାତ୍ର । ତେବେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ। ଦିବ୍ୟାଙ୍ଗଙ୍କ ପରିବାର ବର୍ଗକୁ କ୍ଷତିପୂରଣ ବାବଦକୁ 10 ଲକ୍ଷ ଟଙ୍କା ପ୍ରଦାନ ଦାବି ନେଇ ଆଜି(ସୋମବାର) ଦିବ୍ୟାଙ୍ଗ ସଙ୍ଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାଥାଉକି, ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା କ୍ଷେତ୍ରରେ ସ୍ୱତନ୍ତ୍ର ସୁବିଧା ପ୍ରଦାନ, ଶିକ୍ଷା, ଚାକିରୀ, ପ୍ରଶିକ୍ଷଣ ଓ ନିଯୁକ୍ତି, ପେନସନ ସହ ଦିବ୍ୟାଙ୍ଗ ମାନଙ୍କ ଭତ୍ତା କୁ 3000 ଟଙ୍କାକୁ ବୃଦ୍ଧି କରିବା ଆଦି ଦାବିରେ ଦିବ୍ୟାଙ୍ଗ ସଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ 12 ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details