ଓଡିଶା

odisha

ETV Bharat / briefs

ବିନା ସୂଚନା ଫଳକରେ ଚାଲିଛି ଉନ୍ନୟନ କାର୍ଯ୍ୟ, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା - ତିଳେଇବଣି ବ୍ଲକ

ଲକଡାଉନ କଟକଣାକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଏବେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ନାନା ଉନ୍ନୟନ କାର୍ଯ୍ୟ ଗୁଡିକ ଆରମ୍ଭ ହୋଇଯାଇଛି । ମାତ୍ର ଏହି ଦୁର୍ଗମ ଅଞ୍ଚଳ ମାନଙ୍କରେ ଚାଲିଥିବା ଅଧିକାଂଶ ଉନ୍ନୟନ କାର୍ଯ୍ୟ ସ୍ଥଳରେ ସୂଚନାଫଳକ ମରାଯାଇ ନଥିବା ଦେଖିବାକୁ ମିଳିଛି ।

ଦେବଗଡ଼ରେ ବିନା ସୂଚନା ଫଳକରେ ଚାଲିଛି ଉନ୍ନୟନ କାର୍ଯ୍ୟ, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା
ଦେବଗଡ଼ରେ ବିନା ସୂଚନା ଫଳକରେ ଚାଲିଛି ଉନ୍ନୟନ କାର୍ଯ୍ୟ, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା

By

Published : Jun 1, 2020, 3:09 PM IST

ଦେବଗଡ଼: ଲକଡାଉନ କଟକଣାକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଏବେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ନାନା ଉନ୍ନୟନ କାର୍ଯ୍ୟ ଗୁଡିକ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାର ଆଦିବାସୀ ବହୁଳ ତିଳେଇବଣି ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାସ୍ତାଘାଟ ଓ ବନ୍ଧକଟା ଆଦି ଉନ୍ନୟନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ , ଏହି ଦୁର୍ଗମ ଅଞ୍ଚଳ ମାନଙ୍କରେ ଚାଲିଥିବା ଅଧିକାଂଶ ଉନ୍ନୟନ କାର୍ଯ୍ୟ ସ୍ଥଳରେ ସୂଚନାଫଳକ ମରାଯାଇ ନଥିବା ଦେଖିବାକୁ ମିଳିଛି ।

କାର୍ଯ୍ୟ ପ୍ରାରମ୍ଭରୁ କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ସମ୍ୱନ୍ଧୀୟ ବିବରଣୀ ଏପରିକି କାର୍ଯ୍ୟ କରୁଥିବା ସଂସ୍ଥାର ନାମ ଆଦି ସୂଚନା ଫଳକରେ ଲିପିବଦ୍ଧ ରହିବା ନିୟମ ରହିଛି । ଫଳରେ ଲୋକେ ଉପରୋକ୍ତ କାର୍ଯ୍ୟ ସମ୍ୱନ୍ଧୀୟ ବିବରଣୀ ପାଇପାରିବେ । କିନ୍ତୁ ତିଳେଇବଣି ବ୍ଲକରେ ଏହି ନିୟମର ଖୋଲାଖୋଲି ଉଲଂଘନ କରଯାଇଛି । କିଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଆପୋଷ ବୁଝାମଣା କରି ସୂଚନା ଫଳକ ନଲଗାଇ ବେଧଡକ କାର୍ଯ୍ୟ କରି ଆସୁଥିବା ଦେଖାଯାଇଛି । ଯଦ୍ବାରା ଲୋକେ ଉପରୋକ୍ତ କାର୍ଯ୍ୟ ସମନ୍ଧୀୟ କୌଣସି ସୂଚନା ପାଇବାରୁ ବଞ୍ଚିତ ହେଉଛନ୍ତି । ମୁଖ୍ୟତଃ ଏହି ବ୍ଲକରେ ଚାଲିଥିବା ଅଧିକାଂଶ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଯୋଜନା ଅନ୍ତର୍ଗତ ଶ୍ରମଭିତ୍ତିକ ଉନ୍ନୟନ କାର୍ଯ୍ୟ ଗୁଡିକ ବିନା ସୂଚନା ଫଳକରେ ଚାଲିଥିବା ଅଭିଯୋଗ ହେଉଛି ।

ଗୋଟିଏ ପଟେ କାମଧନ୍ଦା ନପାଇ ଜିଲ୍ଲାରୁ ବାହାର ରାଜ୍ୟକୁ ହଜାର ହଜାର ସଂଖାରେ ଦାଦନ ଶ୍ରମିକ ଯାଉଥିବା ବେଳେ ଅନ୍ୟପକ୍ଷରେ ଜିଲ୍ଲାରେ ଚାଲିଥିବା ଶ୍ରମଭିତ୍ତିକ କାର୍ଯ୍ୟ ଠାରୁ ଶ୍ରମିକମାନଙ୍କୁ ଅନ୍ଧାରରେ ରଖାଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ତିଳେଇବଣି ବିଡ଼ିଓ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ବିଡ଼ିଓ କିମ୍ବା ଯନ୍ତ୍ରୀ ମହାଶୟ ଏ ଦିଗରେ କର୍ଣ୍ଣପାତ ନକରି ନିରବ ଦ୍ରଷ୍ଟା ସାଜିଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ଏଦିଗରେ ଦେବଗଡ଼ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details