ଓଡିଶା

odisha

ETV Bharat / briefs

ଦିଲ୍ଲୀରେ ଏକୁଟିଆ ନିର୍ବାଚନ ଲଢିବ କଂଗ୍ରେସ - NDA

କେଜ୍ରିୱାଲ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ଆପ୍-କଂଗ୍ରେସ ଏକାଠି ନିର୍ବାଚନ ଲଢିବେ ନାହିଁ । ଦୀର୍ଘଦିନ ଧରି ଆଲୋଚନା କରିଥିଲେ ମଧ୍ୟ ମେଣ୍ଟ ପାଇଁ କଂଗ୍ରେସ କୌଣସି ସକରାତ୍ମକ ପଦକ୍ଷେପ ନେଇନଥିଲା ଓ ଶେଷରେ ରାହୁଲ ଗାନ୍ଧୀ ମେଣ୍ଟପାଇଁ ମନା କରିଛନ୍ତି  ।

ଫାଇଲ ଫଟୋ

By

Published : Apr 1, 2019, 1:58 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବର୍ତ୍ତମାନର ଶାସକ ଏନଡିଏ ସରକାରକୁ ମାତ ଦେବାପାଇଁ ବିରୋଧୀ ସବୁ ଶକ୍ତି ଲଗାଇ ଦେଇଥିଲେ। କିନ୍ତୁ ନିର୍ବାଚନ ଯେତେ ପାଖେଇ ଆସୁଛି ବିରୋଧୀଙ୍କ ପ୍ରସ୍ତାବିତ ମହାମେଣ୍ଟ ସେତେ ଦୁର୍ବଳ ହୋଇପଡୁଛି ।

ସେପଟେ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ପାର୍ ହେବାକୁ ଯୋଜନା କରିଥିବା ଆମ୍ ଆଦମୀ ପାର୍ଟିକୁ ଲାଗିଛି ଜୋରଦାର ଝଟକା । ଦୀର୍ଘ ଆଲୋଚନା ପର୍ଯ୍ୟାଲୋଚନା ପରେ କଂଗ୍ରେସ ମେଣ୍ଟରୁ ଓହରି ଯାଇଛି । ଏସଂର୍ପକରେ ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ଆପ୍-କଂଗ୍ରେସ ଏକାଠି ନିର୍ବାଚନ ଲଢିବେ ନାହିଁ । ଦୀର୍ଘଦିନ ଧରି ଆଲୋଚନା କରିଥିଲେ ମଧ୍ୟ ମେଣ୍ଟ ପାଇଁ କଂଗ୍ରେସ କୌଣସି ସକରାତ୍ମକ ପଦକ୍ଷେପ ନେଇନଥିଲା ଓ ଶେଷରେ ରାହୁଲ ଗାନ୍ଧୀ ମେଣ୍ଟପାଇଁ ମନା କରିଛନ୍ତି।

ସୂଚନା ଥାଉକି ଗତକାଲି ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶୀଲା ଦୀକ୍ଷିତ କହିଥିଲେ ‘ଆପ’ ସହ ମେଣ୍ଟ ହେବକି ନାହିଁ ଆସନ୍ତା କାଲି ସୁଦ୍ଧା ଏଆଇସିସି ଚୂଡାନ୍ତ ନେବ। ଆଉ ଆଜି ‘ଆପ’ ସହ ମେଣ୍ଟ କରିବ ନାହିଁ ବୋଲି କଂଗ୍ରେସ କହିଛି । ଏହାସହ ଆମ ଆଦମୀକୁ ନିର୍ବାଚନରେ ମାତ ଦେବା ପାଇଁ ଦିଲ୍ଲୀର ସମସ୍ତ 7ଟି ଲୋକସଭା ଆସନରେ ଦଳ ନିଜ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିଛି। ଏଆଇସିସି ଦ୍ୱାରା ଗଠନ ହୋଇଥିବା ସ୍କ୍ରିନିଂ କମିଟି ମଧ୍ୟ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ 3 ରୁ 4ଟି ପ୍ରାର୍ଥୀଙ୍କ ନାଁ ଉପରେ ବିଚାର ବିମର୍ଷ କରୁଛି।

ସେପଟେ ମେଣ୍ଟ ଆଶା ଧୂଳିସାତ ହେବାପରେ ଆମ୍ ଆଦମୀ ଦଳର ବରିଷ୍ଠ ନେତା ଗୋପାଳ ରାୟ କଂଗ୍ରେସକୁ ନିଶାନା କରିଛନ୍ତି। ସେ କହିଛନ୍ତି କଂଗ୍ରେସର ‘କଥା ଆଉ କାମ’ରେ ପାର୍ଥକ୍ୟ ଥାଏ । ଯେତେବେଳେ ଦିଲ୍ଲୀବାସୀ ଚାହୁଁଛନ୍ତି କି ଦିଲ୍ଲୀରେ ସରକାର ଓ ବିରୋଧୀ ମିଳିତ ଭାବେ ନିର୍ବାଚନ ଲଢନ୍ତୁ ଓ ମୋଦିଙ୍କ ଏକଛତ୍ର ବାଦ ଶାସନରୁ ମୁକ୍ତି ଦିଅନ୍ତୁ ସେତେବେଳେ କଂଗ୍ରେସ ମେଣ୍ଟ କରିବା ପାଇଁ ଚାହୁଁନି । ଗତ 3ମାସ ମଧ୍ୟରେ ମଧ୍ୟ ନିଷ୍ପତି ନେଇ ପାରୁନାହିଁ ।

ଗୋପାଳ ରାୟ ଆହୁରି କହିଛନ୍ତି ଯେ ସମଗ୍ର ଦେଶରେ କଂଗ୍ରେସ ଯେମିତି ରଣନୀତି ଅବଲମ୍ବନ କରୁଛି ସେଥିରୁ ଲାଗୁଛି, ଏହା ବିଜେପିକୁ ହରାଇବା ପାଇଁ ନୁହେଁ ବରଂ ବିଜେପିର ଶକ୍ତି ବଢାଇବା ପାଇଁ ଉଦ୍ଦିଷ୍ଟ ବୋଲି ଗୋପାଳ କହିଛନ୍ତି ।

For All Latest Updates

ABOUT THE AUTHOR

...view details