ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଦିଲ୍ଲୀ ଆୟକର ବିଭାଗର ଚଢାଉ ପରେ ଏହା ରାଜନୈତିକ ମାହୋଲକୁ ସରଗରମ କରିଛି । ଏହି ଚଢାଉରେ 281କୋଟି ବେହିସାବ ନଗଦ ଟଙ୍କାର ପର୍ଦ୍ଦାଫାସ ହୋଇଛି । ଯାହାର କୌଣସି ସ୍ପଷ୍ଟ ହିସାବ ମିଳିନାହିଁ । ଏହି ଟଙ୍କାରେ ନେତା ଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ସରକାରୀ କର୍ମୀ ସାମିଲ ରହିଛନ୍ତି । ଏସମ୍ପର୍କରେ ସୋମବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଟିବି) ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଜବତ ଟଙ୍କାର ଗୋଟିଏ ଅଂଶ ରାଜନୈତିକ ଦଳର ଦିଲ୍ଲୀସ୍ଥିତ ମୁଖ୍ୟାଳୟକୁ ପଠାଯାଇଛି । ତେବେ ଚଢାଉ ବେଳେ 14.6 କୋଟିର ନଗଦ ଟଙ୍କା, 252ଟି ମଦ ବୋତଲ, ଅସ୍ତ୍ରଶସ୍ତ୍ର ଏବଂ ବାଘ ଛାଲ ମଧ୍ୟ ଜବତ ହୋଇଛି । ଏହା ବ୍ୟତୀତ ସିସିଡିଟି ଟଙ୍କା, ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି । ପ୍ରକାଶ ଯେ, ଉକ୍ତ ମାମଲାରେ ସମ୍ପୃକ୍ତ ଥିବା କୌଣସି ନେତାଙ୍କ ସମ୍ପର୍କରେ ସୂଚନା ଦିଆଯାଇନାହିଁ ।