ଓଡିଶା

odisha

ETV Bharat / briefs

ରିଲିଫ୍ ସାମଗ୍ରୀ ପାଇଁ ଜଳୁଛି କଟକ

ସରକାରଙ୍କ ପକ୍ଷରୁ ଘୋଷିତ ରିଲିଫ୍ ସାମଗ୍ରୀ ନମିଳିବାରୁ କଟର ରାସ୍ତାରେ ନିଆଁ ଲଗାଇଲେ କେନାଲ ରୋଡ଼ ବସ୍ତିବାସିନ୍ଦା ।

By

Published : May 7, 2019, 3:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଫନି ଆସିଲା ଆଉ ଚାଲିଗଲା । ହେଲେ କିଛି ଘଣ୍ଟାର କରାଳରୂପରେ ଛାରଖାର କରିଦେଇଗଲା ସାରା ସହରକୁ । ଏବେ ଚାରିଆଡେ ହା ହା କାର । ନାଁ ଅଛି ପାନୀୟ ଜଳ ନା ଖାଦ୍ୟ । ଯେଉଁ କାରଣରୁ ଛକ ଛକରେ ଜଳୁଛି ଆକ୍ରୋଶର ନିଆଁ । ସରକାରଙ୍କ ଘୋଷିତ ରିଲିଫ୍ ବ୍ୟବସ୍ଥା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଯାହାକୁ ନେଇ ତୀଵ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ ସହରର ତଳିଆ ଅଞ୍ଚଳ ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏଦୃଶ୍ୟ ହେଉଛି କଟକ କେନାଲ ରୋଡ଼ ବସ୍ତିର । ଫନି ଯିବାକୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ ଲୋକଙ୍କ ପାଖରେ ପହଞ୍ଚିନି ପ୍ରଶାସନର ସାହାଯ୍ୟ । ଫଳରେ ରାସ୍ତା ଘାଟରେ ନିଆଁ ଜାଳି ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ନାରା ବାଜି କରୁଛନ୍ତି ତଳିଆ ଅଞ୍ଚଳ ବାସିନ୍ଦା । ସେପଟେ ବିଜୁଳି ଓ ପାନୀୟ ଜଳରୁ ବଞ୍ଚିତ ରହିଥିବା ସହରବାସୀ ନିଜ ଦୈନନ୍ଦିନ କାର୍ଯ୍ୟରେ ମହାନଦୀର ପାଣିକୁ ବ୍ୟବହାର କରୁଛନ୍ତି ।

ଅନ୍ୟପଟେ ଜିଲ୍ଲାର ମୁଖ୍ୟ ମେଡିକାଲ ଲାଇନରେ ବିଜୁଳି ସଂଯୋଗ ଦିଆଯାଇଥିବାବେଳେ କିଛି ଦିନ ମଧ୍ୟରେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ସୁଚାର ରୂପେ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details