ଓଡିଶା

odisha

ETV Bharat / briefs

ନିରବଚ୍ଛିନ୍ନ ବିଦ୍ୟୁତ ସେବା ଦାବିରେ ନାଏବ ସରପଞ୍ଚଙ୍କ ଧାରଣା

ବିଦ୍ୟୁତ ସେବା ଦାବିରେ ଗ୍ରାମବାସୀଙ୍କ ସହ ନାଏବ ସରପଞ୍ଚଙ୍କ ଧାରଣା ।

By

Published : May 27, 2019, 6:42 PM IST

Updated : May 27, 2019, 7:28 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ବିଦ୍ୟୁତ ବିଭାଗର ଶୋଷଣ ପ୍ରତିବାଦରେ ନାଏବ ସରପଞ୍ଚ ଧାରଣ ଦେଇଛନ୍ତି । ଜିଲ୍ଲାର ଜଳେଶ୍ବର ବ୍ଲକ ଅଧୀନ ଲକ୍ଷ୍ମଣନାଥ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଦ୍ୟୁତ ବିଭାଗ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ସମସ୍ୟାର ସମାଧାନ, ପ୍ରକୃତ ବିଲ ଠାରୁ ଅଧିକ ବିଲ ଲଗାଇ ଗ୍ରାହକଙ୍କୁ ଶୋଷଣ, ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ମରାମତି ଦାବିରେ ଲକ୍ଷ୍ଣଣନାଥ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ରାମଚନ୍ଦ୍ର କରଙ୍କ ସମେତ ଗ୍ରାମବାସୀ ଜଳେଶ୍ବର ଇଲେକ୍ଟ୍ରିକ ସବଡିଭିଜନ ସମ୍ମୁଖରେ ଧାରଣା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 27, 2019, 7:28 PM IST

For All Latest Updates

ABOUT THE AUTHOR

...view details