ଓଡିଶା

odisha

ETV Bharat / briefs

ବ୍ରହ୍ମପୁରରେ ପରାଜୟର କାରଣ ଖୋଜୁଛି କଂଗ୍ରେସ କମିଟି

ବ୍ରହ୍ମପୁର ଗସ୍ତରେ କଂଗ୍ରେସ କମିଟି । ନିର୍ବାଚନରେ ପରାଜୟ ପରେ ଚାଲିଛି କାରଣ ଖୋଜା । ଚଳିତମାସ ଶେଷ ଶୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବ କମିଟି ।

By

Published : Jun 23, 2019, 7:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଚାଲିଛି ପରାଜୟର କାରଣ ଖୋଜା । ଗତ ଜୁନ 6 ରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା ।

ପରେ ଏହି କମିଟିକୁ 6ଟି ସବ୍ କମିଟି କରାଯାଇ ସମସ୍ତ ଜିଲ୍ଲାକୁ ଯାଇ ପରାଜୟର କାରଣ ଖୋଜିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଆଜି ଏହି ସବ୍ କମିଟି ବ୍ରହ୍ମପୁର ଗସ୍ତରେ ଆସି ପରାଜୟର କାରଣ ଖୋଜିଛନ୍ତି । ଏହାସହ ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ସମସ୍ତ ପ୍ରାର୍ଥୀ ଓ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଆସିଥିବା ଏହି ଦଳରେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ଯକାରୀ ସଭାପତି ବନ୍ଦିତା ପରିଡା , ବରିଷ୍ଠ ନେତା ଗଣେଶ୍ବର ବେହେରା ପ୍ରମୁଖ ବ୍ରହ୍ମପୁର ଗସ୍ତରେ ଆସିଛନ୍ତି । ଚଳିତ ମାସ ଶେଷ ଶୁଦ୍ଧା କମିଟି ତାର ରିପୋର୍ଟ ରାଜ୍ୟ ପିସିସି କମିଟି ଓ ଏଆଇସିସିକୁ ଦେବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details