ଓଡିଶା

odisha

ETV Bharat / briefs

ଦୁର୍ଘଟଣା ନେଇ କମିଶନରେଟ୍ ପୋଲିସର ଗୁରୁତ୍ବପୂର୍ଣ୍ଣ ବୈଠକ

ସ୍ମାର୍ଟସିଟିକୁ ଘାରିଛି ଦୁର୍ଘଟଣା ଚିନ୍ତା । କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ, ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଘାରିଛି ଏହି ଚିନ୍ତା । ଏହା ଉପରେ ରୋକ ଲଗାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି ।

By

Published : Jun 22, 2019, 10:07 PM IST

Updated : Jun 23, 2019, 9:44 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ବିଗତ କିଛି ଦିନ ଭିତରେ ଦୁର୍ଘଟଣା ଘଟି ଅନେକ ଲୋକେ ସେଥିରେ ପ୍ରାଣ ହରାଇଛନ୍ତି । ଯାହା କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ, ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ବଢାଇଦେଇଛି । ଏହା ଉପରେ ରୋକଥାମ ଲଗାଇବାକୁ କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୋଲିସ କମିସନରଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଭୁବନେଶ୍ବର ଡିସିପି, ଟ୍ରାଫିକ ଡିସିପି ଓ ଏସିପି, ଆରଟିଓ ୧ ଓ ୨, ଏନଏଚଆଇ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହି ଏସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ଦୁର୍ଘଟଣା ପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ୍ ଏରିଆ ସମ୍ପର୍କରେ ଆଲୋଚନା ହୋଇଛି । ଆଗାମୀ ଦିନରେ ଦୁର୍ଘଟଣା ଉପରେ ରୋକ ଲଗାଇବାକୁ ସାଇନ ଏଜ ଓ ସ୍ପିଡ ଆଲର୍ଟ ମିଟର ଉପରେ ବିଶେଷ ଗୁରୁତ୍ବ ଦେବା ନେଇ ଆଲୋଚନା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 23, 2019, 9:44 AM IST

ABOUT THE AUTHOR

...view details