ଓଡିଶା

odisha

ETV Bharat / briefs

ଫନି ଇଫେକ୍ଟ: ଖୁବଶୀଘ୍ର ଟ୍ବିନସିଟିକୁ ମିଳିବ ବିଦ୍ୟୁତ୍ ସଂଯୋଗ - TWIN CITY

'ଫନି' ପ୍ରଭାବରେ ବ୍ୟାହତ ବିଦ୍ୟୁତ୍ ସେବା ଖୁବ୍ ଶୀଘ୍ର ଉପଭୋକ୍ତାଙ୍କୁ ମିଳିବ । ଏନେଇ ସୂଚନା ଦେଇଛନ୍ତି ସେସୁ ଚିଫ ଜେନେରାଲ ମ୍ୟାନେଜର ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

By

Published : May 6, 2019, 5:17 PM IST

ବ୍ରହ୍ମପୁର: ସାମୁଦ୍ରିକ ବାତ୍ୟା 'ଫନି' ପ୍ରଭାବରେ ପୁରୀ ଜିଲ୍ଲା ଭଳି ଖୋର୍ଦ୍ଧା, ଭୁବନେଶ୍ବର, କଟକ ସହର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଦ୍ୟୁତ ଯୋଗାଣ, ପାନୀୟ ଜଳ ,ଇଣ୍ଟରନେଟ ସେବା ଆଦି ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କେବେ ମିଳିବ ବିଦ୍ୟୁତ୍ ସେବା ସେ ନେଇ ଚିନ୍ତାରେ ଟ୍ବିନସିଟିବାସୀ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ରବିବାର କଟକ ଭୁବନେଶ୍ୱରର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଛି । କଟକର ଶିଶୁଭବନ ଏବଂ ବଡ ମେଡିକାଲରେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟ, ରେଲୱେ ଷ୍ଟେସନ, କ୍ୟାପିଟାଲ ହସ୍ପିଟାଲ, ଡାଟା ସେଣ୍ଟର, ସଚ୍ଚିବାଳୟରେ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରରେ 15 ପ୍ରତିଶତ ଏବଂ କଟକରେ 25 ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ ।

ଭୁବନେଶ୍ୱରରେ ୮୮/11 କେଭି ଫିଡର୍ସ ଖରାପ ଥିବାବେଳେ ସେଥିମଧ୍ୟରୁ ୭ଟି କାମ ସରିଛି । ଆଉ ୨୦ଟି ଫିଡର୍ସ କାମ ଆଜି ସୁଦ୍ଧା ଶେଷ କରାଯିବ । ମୋଟ ଉପରେ ରାଜଧାନୀରେ ୧ ଲକ୍ଷ ୫୬ହଜାର ଖୁଣ୍ଟ ଉପୁଡିଥିବା ବେଳେ ୪୦ହଜାର ଖୁଣ୍ଟ ରିପ୍ଲେସ ହେବ ବୋଲି ସୂଚନା ଦେଇଛନ୍ତି ସେସୁ ଚିପ୍ ଜେନେରାଲ ମ୍ୟାନେଜର । ଏଥିସହିତ କଟକ ଓ ଭୁବନେଶ୍ୱରରେ ୩ ଦିନ ମଧ୍ୟରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ପୁରୀରେ ବିଦ୍ୟୁତ୍ ସେବା ଆସିବାକୁ ବିଳମ୍ବ ହେବ ବୋଲି ସେ କହିଛନ୍ତି । ଏହା ସହ ଅନ୍ୟ ଜିଲ୍ଲା ମାନଙ୍କରେ ବିଦ୍ୟୁତ୍ ସେବା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ବିଦ୍ୟୁତ ସଂଯୋଗ କରିବାକୁ ପାଖାପାଖି ୧୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details