ଓଡିଶା

odisha

ETV Bharat / briefs

ଆକ୍ସନ ମୁଡରେ ଯୋଗୀ, ଜେଲ ଯିବେ ଖିଲାପୀ ଅଫିସର

ଆକ୍ସନ ମୁଡରେ ୟୁପି ସିଏମ ଯୋଗୀ ଆଦିତ୍ୟ ନାଥ । ଜଳ ସମସ୍ୟା ଦୂର କରିବା ଭଳି ଅନେକ ସମସ୍ୟାର ସମାଧାନ ପାଇଁ ଲାଗିପଡିଛନ୍ତି ଯୋଗୀ । କାମରେ ଖିଲାପ କରୁଥିବା ଅଧିକାରୀଙ୍କୁ ଜେଲ ପଠାଇବାକୁ ଚାଲିଛି ବନ୍ଦୋବସ୍ତ ।

ଫାଇଲ ଫଟୋ

By

Published : Jun 26, 2019, 11:43 PM IST

Updated : Jun 26, 2019, 11:52 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ସମସ୍ତ ଜିଲ୍ଲାଗୁଡିକରେ ଗୁରୁତ୍ବପୂର୍ଣ୍ଣ ବୈଠକ କରୁଛନ୍ତି । ଆଉ କୌଣସି କ୍ଷେତ୍ରରେ ଯଦି ଅସୁବିଧା ଦେଖୁଛନ୍ତି ଅଫିସର ମାନଙ୍କର କ୍ଲାସ ନେଉଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ନଗର ବିକାଶ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ କହିଛନ୍ତି ସବୁଠୁ ଅଧିକ ଅଭିଯୋଗ ଜଳ ନିଗମ ବିଭାଗରୁ ହିଁ ଆସୁଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବନାରସରେ ଏକ ହଜାର କୋଟି ଟଙ୍କା ବିନିମୟ ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ଯେଉଁଥି ପାଇଁ କାଶୀରେ ପିଇବା ପାଣିର ସମସ୍ୟା ଅଧିକ ଦେଖାଦେଇଛି । ସେ ବୈଠକରେ କହିଛନ୍ତି ଯେ, ଜଳ ଜନିତ ସମସ୍ୟା ଦୂର କରିବା ପାଇଁ ଆମକୁ ଏମିତି କୌଣସି ବିକଳ୍ପ ବାହାର କରିବାକୁ ପଡିବ । ଯେପରି ଭବିଷ୍ୟତରେ ଏପରି କୌଣସି ଅଭିଯୋଗ ଶୁଣିବାକୁ ନମିଳେ ।

ଏହା ବ୍ୟତୀତ 2010ରୁ 2019 ଜୁନ 30 ତାରିଖ ଭିତରେ ଯେଉଁମାନେ ଏହି ଯୋଜନାରେ ଯୋଡି ହୋଇଛନ୍ତି ସମସ୍ତେ ଏଥିପାଇଁ ଜବାବ ତଲବ କରିବେ । ଆଉ କାମରେ ଅବହେଳା କରୁଥିବା ଅଧିକାରୀଙ୍କୁ ତୁରନ୍ତ କାମରୁ ବହିଷ୍କାର କରାଯିବ । ଖାଲି ସେତିକି ନୁହେଁ ଯେଉଁ ଅଧିକାରୀଙ୍କ ପାଇଁ ଏହି ଯୋଜନା ଅଧାରେ ଅଟକି ରହିଛି ସେମାନଙ୍କୁ ଜୁଲାଇ ମାସର ପ୍ରଥମ ସପ୍ତାହ ସୁଦ୍ଧା ଜେଲ ପଠାଯିବାର ବନ୍ଦୋବସ୍ତ କରାଯିବ ।

ଅନ୍ୟପଟେ ସିଏମ ଜୁଲାଇରେ ପ୍ରସ୍ତାବିତ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ପ୍ରଥମ ବୈଠକ, କାନପୁର ଟେନରୀଜ ଓ ଗଙ୍ଗାକୁ ସ୍ବଚ୍ଚ୍ଥ କରିବା ଉପରେ ଚର୍ଚ୍ଚା କରିଥିଲେ । ସେ ଆହୁରି କହିଛନ୍ତିଯେ, ନଗର ବିକାଶ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ଜଳସେଚନ ବିଭାଗକୁ ରାଷ୍ଟ୍ରୀୟ ଗଙ୍ଗା ବୈଠକ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରୁବାକୁ କହିଛନ୍ତି । ଏହାବ୍ୟତୀତ ଏହି ବୈଠକ ପାଇଁ ଗଢମୁକ୍ତେଶ୍ବର, କାନପୁର, ପ୍ରୟାଗରାଜ ଓ ବାରଣାସୀ ଭିତରୁ କୈଣସି ଗୋଟିଏ ସ୍ଥାନ ଠିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଗଙ୍ଗା ନଦୀକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ସମସ୍ତ ଜିଲ୍ଲାର ଜନପ୍ରତିନିଧିଙ୍କ ସମେତ 1557 ଗାଁର ସରପଞ୍ଚ ମାନଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Last Updated : Jun 26, 2019, 11:52 PM IST

ABOUT THE AUTHOR

...view details