ଓଡିଶା

odisha

ETV Bharat / briefs

ରୋଗ ଯନ୍ତ୍ରଣାଠୁ ବଳି ଯାଇଛି 'ଫନି' ପ୍ରକୋପ

'ଫନି' ଯାଇଛି । ହେଲେ ଅସରନ୍ତି ଦୁଃଖ ଦେଇଯାଇଛି । ଶ୍ରୀହୀନ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରର ପ୍ରତିଟି ବାସିନ୍ଦା ବେଶ ଭଲ ଭାବେ 'ଫନି' ମାଡ଼ରେ ହୋଇଛନ୍ତି ଘାଇଲା । ତେବେ 'ଫନି'ର 3 ଦିନ ପରେ କିପରି ରହିଛି ପରିବେଶ, ଏନେଇ ସ୍ଥିତି ପରଖିଥିଲା ଇଟିଭି ଭାରତ...

By

Published : May 6, 2019, 5:45 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା,ପୁରୀ

ପୁରୀ: 'ଫନି' ମାଡ଼ରେ ଶ୍ରୀହୀନ ହୋଇଛି ଶ୍ରୀକ୍ଷେତ୍ର । 'ଫନି'ର ତାଣ୍ଡବ ପରେ ସବୁ ଆଡ଼େ ଏକ ପ୍ରକାର ଶୂନ୍ୟତାର ରାଜୁତି । କେହି ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିବା ବେଳେ ଆଉ କେହି ଭଙ୍ଗା ଘରେ ଖୋଜୁଛି ହସଖୁସିର ସେହି ଅତୀତ । ତେବେ ପୁରୀ ଜିଲ୍ଲା ଜହ୍ନିକୁଦା ଗ୍ରାମର ଚନ୍ଦ୍ରଶେଖରଙ୍କ ପରିବାର । ଜୀବନବ୍ୟାପୀ ରୋଜଗାରରେ ଗଢିଥିବା ସେହି ଘର ଏବେ ଧୂଳିସାତ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା,ପୁରୀ

ଏହା ମଧ୍ୟ ପଢନ୍ତୁ: ଫନି' ପ୍ରଭାବ: ଧୋଇଗଲା ରାସ୍ତା, ଭାଙ୍ଗିଲା ବେଉଷାର ମେରୁଦଣ୍ଡ

'ଫନି' ଉଡ଼ାଇ ନେଇଛି ଜୀବନଯାକ ପରିଶ୍ରମର ଫଳକୁ । ଉପରେ ଛାତ ନାହିଁ, କି ତଳେ ଚୁଲି ନାହିଁ । ତେବେ ଚନ୍ଦ୍ରଶେଖର ଓ ତାଙ୍କ ପରିବାର ସେହି ଘରେ ବିତାଇଥିଲେ ସେହି କରାଳ ସମୟକୁ । କିପରି ଥିଲା ସେମାନଙ୍କ ପାଇଁ ସେହି ସମୟ, ତାହା ପଚାରି ବୁଝିଛି ଇଟିଭି ଭାରତ ।

ପୁରୀରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details