ଓଡିଶା

odisha

ETV Bharat / briefs

ଚନ୍ଦ୍ରବାବୁ ନାଇଡୁଙ୍କୁ ବିମାନ ବନ୍ଦରରେ ଯାଞ୍ଚ - YSR CONG

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନାହିଁ ଭିଭିଆଇପି ସୁବିଧା, ବିମାନ ବନ୍ଦରରେ ହେଲେ ଯାଞ୍ଚର ସମ୍ମୁଖିନ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jun 15, 2019, 11:11 AM IST

ବିଜୟଓ୍ବାଡା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡ଼ିପି)ର ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଗତକାଲି ବିଜୟଓ୍ବାଡ଼ାର ଗନ୍ନାବରମ ବିମାନବନ୍ଦରରେ ବେସ ହଟହଟା ହେବାକୁ ପଡିଛି ।

ନାଇଡୁଙ୍କୁ ବିମାନ ବନ୍ଦରରେ କୌଣସି ପ୍ରକାରର ଭିଭିଆଇପି ସୁବିଧା ସୁଯୋଗ ମିଳିନଥିଲା । ଏହାସହ ପ୍ରତିକ୍ଷାଳୟରୁ ବିମାନ ପର୍ଯ୍ୟନ୍ତ ଯିବାପାଇଁ କୌଣସି ସ୍ବତନ୍ତ୍ର ଗାଡି ମଧ୍ୟ ମିଳିନଥିଲା ତେଣୁ ସେ ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଗାଡିରେ ଯାଇଥିଲେ ।

ଏପରିକି ସୁରକ୍ଷା କର୍ମୀ ନାଇଡୁଙ୍କୁ ସାଧାରଣ ଯାତ୍ରୀଙ୍କ ପରି ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ନାଇଡୁଙ୍କୁ ଏପରି ଯାଞ୍ଚ କରିବା ତାଙ୍କୁ ଅପମାନ ସଦୃଶ ବୋଲି ଟିଡ଼ିପି ଅଭିଯୋଗ କରିଛି । ଏହସହ ବର୍ତ୍ତମାନର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରତିଶୋଧ ମୂଳକ ରାଜନୀତି କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ABOUT THE AUTHOR

...view details