ଓଡିଶା

odisha

ETV Bharat / briefs

ଦାମୀ ବିଲେଇର ମୃତ୍ୟୁ ଘଟଣାରେ ପାର୍ଲର ମ୍ୟାନେଜରଙ୍କୁ ଦାୟୀ କଲେ ମାଲିକ

ମଧ୍ୟପ୍ରଦେଶରେ ଏକ ମହିଳା ନିଜ ବିଲେଇ ମୃତ୍ୟୁ ଘଟଣାରେ ପାର୍ଲର ମ୍ୟାନେଜରଙ୍କୁ ଦାୟୀ କରିଛନ୍ତି । ଯେଉଁଥି ପାଇଁ ସେ ପାର୍ଲର ମ୍ୟାନେଜରଙ୍କ ବିରୋଧରେ ଥାନାରେ କେସ୍ ଫାଇଲ କରିଛନ୍ତି ।

By

Published : Apr 23, 2019, 1:01 AM IST

ପ୍ରତିକାତ୍ମକ

ଇନ୍ଦୋର: ମଧ୍ୟପ୍ରଦେଶରେ ଏକ ମହିଳା ନିଜ ବିଲେଇ ମୃତ୍ୟୁ ଘଟଣାରେ ପାର୍ଲର ମ୍ୟାନେଜରଙ୍କୁ ଦାୟୀ କରିଛନ୍ତି । ଯେଉଁଥି ପାଇଁ ସେ ପାର୍ଲର ମ୍ୟାନେଜରଙ୍କ ବିରୋଧରେ ଥାନାରେ କେସ୍ ଫାଇଲ କରିଛନ୍ତି ।

ସୂଚନା ମୂଚାବକ, କାଜଲ ନାମକ ଏକ ମହିଳା ଇନ୍ଦୋରରେ ରୁହନ୍ତି । ସେ 80,000 ଟଙ୍କା ଦେଇ ଏକ ବିଦେଶୀ ବିଲେଇ କିଣିଥିଲେ । ତେବେ ସେ ବିଲେଇର ଯତ୍ନ ନେବାପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରନ୍ତି । ସୋମବାର ସେ ନିଜ ବିଲେଇରେ ବାଳ କାଟିବା ପାଇଁ ପାର୍ଲରକୁ ନେଇଥିଲେ । କିନ୍ତୁ ଫେରିବା ପରେ ବିଲେଇଟିର ମୃତ୍ୟୁ ଘଟିଥିଲା ।

ଏହାପରେ କାଜଲ ବିଲେଇର ବ୍ୟବଛେଦ ପାଇଁ ମେଡିକାଲ ନେଇଥିଲେ । ଯେଉଁଠି ଜଣାପଡିଥିଲା ବିଲେଇଟିର ମୁଣ୍ଡ ଭିତରକୁ ପାଣି ଚାଲିଯାଇଥିବାରୁ ତାହାର ମୃତ୍ୟୁ ଘଟିଛି । ଏହି ଘଟଣା କାଜଲ ଜାଣିବା ପରେ ସେ ପାର୍ଲର ମ୍ୟାନେଜରଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି ।

କାଜଲଙ୍କ କହିବା ଅନୁଯାୟୀ ପାର୍ଲର କର୍ମଚାରୀ ଭୁଲ୍ ତରିକାରେ ବିଲେଇର ମୁହଁକୁ ପାଣି ଛାଟି ଗାଧୋଇଥିଲେ । ସେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାର୍ଲର କର୍ମଚାରୀ ତାଙ୍କ କଥା ନଶୁଣି ତାଙ୍କୁ ବାହାରକୁ ପଠାଇ ଦେଇଥିଲେ । ସେହିପରି ପାର୍ଲର ମ୍ୟାନେଜର ଏହି ଆରୋପକୁ ଖଣ୍ଡନ କରିଛନ୍ତି ।

For All Latest Updates

ABOUT THE AUTHOR

...view details