ଓଡିଶା

odisha

ମୋନିକା ମୃତ୍ୟୁର ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

By

Published : Feb 14, 2021, 10:30 AM IST

Updated : Feb 14, 2021, 11:12 AM IST

ବଢିବାରେ ଲାଗିଛି ମୋନିକା ଯୋଶୀଙ୍କ ମୃତ୍ୟୁ ରହସ୍ୟ । ତେବେ ମୋନିକାକୁ ନ୍ୟାୟ ପାଇଁ ଦାବି କରି ବ୍ରଜରାଜନଗର ମହିଳା ସଂଗଠନ ଓ ସଚେତନ ନାଗରିକ ଗତକାଲି(ଶନିବାର) ରାତିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବ୍ରଜରାଜନଗର ସହର ପରିକ୍ରମା କରିଥିଲେ । ଅଧିକ ପଢନ୍ତୁ...

ମୋନିକା ମୃତ୍ୟୁର ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ମୋନିକା ମୃତ୍ୟୁର ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଝାରସୁଗୁଡ଼ା:ବଢିବାରେ ଲାଗିଛି ମୋନିକା ଯୋଶୀଙ୍କ ମୃତ୍ୟୁ ରହସ୍ୟ । ଗତ 10 ତାରିଖରେ ବ୍ରଜରାଜନଗର ଲମଟିବାହାଲର ଯୁବତୀ ମୋନିକା ଯୋଶୀଙ୍କ ମୃତଦେହ ଝାରସୁଗୁଡା ଇବ ଷ୍ଟେସନ ରେଳ ଧାରଣା କଡ଼ରୁ ଉଦ୍ଧାର କରିଥିଲା ପୋଲିସ । ଏନେଇ ମୋନିକାକୁ ନ୍ୟାୟ ପାଇଁ ଦାବି କରି ବ୍ରଜରାଜନଗର ମହିଳା ସଂଗଠନ ଓ ସଚେତନ ନାଗରିକ ଗତକାଲି(ଶନିବାର) ରାତିରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବ୍ରଜରାଜନଗର ସହର ପରିକ୍ରମା କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ, ଝାରସୁଗୁଡା ଏସପି, ରେଲୱେ ଏସପିଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।

ମୋନିକା ମୃତ୍ୟୁର ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ମୋନିକା ମୃତ୍ୟୁର ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସୂଚନାମୁତାବକ, ଗତ 10 ତାରଖ ପାଖାପାଖି ଦିନ 12ଟାରେ ମୋନିକା କମ୍ପ୍ୟୁଟର କ୍ଲାସ ପାଇଁ ଘରୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ଏନେଇ ମୋନିକାଙ୍କର ପରିବାର ବ୍ରଜରାଜନଗର ଥାନାରେ ଏକ ନିଖୋଜ ମାମଲା ରୁଜ୍ଜୁ କରିଥିଲେ। ଅନ୍ୟପଟେ ଜଣେ ଯୁବତୀର ମୃତଦେହ ଇବ ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଥିବା ବେଳେ ପରେ ତାହା ମୋନିକାଙ୍କର ବୋଲି ଜଣାପଡ଼ିଥିଲା । ତେବେ ମୋନିକାଙ୍କ ମୃତ୍ୟୁ ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା ଜଣା ପଡି ନଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 14, 2021, 11:12 AM IST

ABOUT THE AUTHOR

...view details