କଟକ/ ଭୁବନେଶ୍ବର: କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ହାତରେ ଲାଗିଲା 53 ଗ୍ରାମର ବ୍ରାଉନସୁଗାର। ଯାହାର ମୂଲ୍ୟ ଆନୁମାନିକ 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି । ସୂଚନାମୁତାବକ ଭୁବନେଶ୍ବରର ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ଦୁର୍ବୁତ୍ତ ବ୍ରାଉନସୁଗାର କାରବାର କରିବା ସମୟରେ ବିଭାଗୀୟ କର୍ମଚାରୀଙ୍କ ହାତରେ ଧରା ପଡିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର କୃଷ୍ଣଚନ୍ଦ୍ର ନାଥ ।
ସେହିପରି ରାଜଧାନୀର ନୟାପଲ୍ଲୀ ଥାନା ପୋଲିସ ଓ କିୟ୍ୟୁଏଟିର ମିଳିତ ଉଦ୍ୟମରେ ସଲିଆ ସାହିର ମୁଣ୍ଡାସାହି ନିକଟରେ ବୁଲୁ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ତେବେ ବ୍ରାଉନସୁଗାର କାରବାର କରୁଥିବା ସମୟରେ ସେ ଧରା ପଡିଛି। ଗିରଫ ବ୍ୟକ୍ତି ଠାରୁ ୨୦ ଗ୍ରାମର ବ୍ରାଉନସୁଗାର ସହ ୫ହଜାର ଟଙ୍କା, ଗୋଟିଏ ବାଇକ୍ ଓ ଏକ ମୋବାଇଲ ଫୋନ ପୋଲିସ ଜବତ କରିଛି। ସେ ଜଳେଶ୍ଵରରୁ ବ୍ରାଉନ ସୁଗାର ଆଣି ରାଜଧାନୀରେ ବିକୁଥିବା ପୋଲିସକୁ କହିଛି।