ଓଡିଶା

odisha

ETV Bharat / briefs

ଉତ୍ସାହର ସହ ରଜ ପାଳିଲେ ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ

ବ୍ରହ୍ମପୁର ସହରର ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ କୁମାରୀ ପାଳିଲେ ରଜ ପର୍ବ । ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଓଡିଶା ସର୍ଭିସ ସେଣ୍ଟର ଫର ଦ ବ୍ଲାଇଣ୍ଡ ଏବଂ ସମର୍ଥ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏମାନଙ୍କ ଉତ୍ସବକୁ ଦ୍ବିଗୁଣିତ କରିଛି ।

By

Published : Jun 15, 2019, 8:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର


ବ୍ରହ୍ମପୁର: ପହିଲି ରଜ ପରେ ସାରା ରାଜ୍ୟ ଆଜି (ଶନିବାର) ରଜ ସଂକ୍ରାନ୍ତି ପାଳନ କରିଛି । ରଜ ପର୍ବ ଏକ ଗଣପର୍ବ ହୋଇଥିବାରୁ ଏହାକୁ ବେଶ ଉତ୍ସାହର ସହ ପାଳନ କରୁଛି ସାରା ରାଜ୍ୟ । ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ଲଗାଇବା ସହ ନୂଆ ବସ୍ତ୍ର ପିନ୍ଧି ବେଶ୍‌ ଆନନ୍ଦ ସହକାରେ କୁମାରୀମାନେ ପାଳିଛନ୍ତି ରଜ ସଂକ୍ରାନ୍ତି । ତେବେ ଏହି ପର୍ବର ମଜା ନବାରୁ ବାଦ ପଡି ନାହାଁନ୍ତି ବ୍ରହ୍ମପୁର ସହରର ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ କୁମାରୀ । ଏନେଇ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଏମାନଙ୍କ ପାଇଁ ଆୟୋଜନ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଓଡିଶା ସର୍ଭିସ ସେଣ୍ଟର ଫର ଦ ବ୍ଲାଇଣ୍ଡ ଏବଂ ସମର୍ଥ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ନିଆରା ପ୍ରୟାସ ଦୃଷ୍ଟିହୀନଙ୍କ ମୁହଁରେ ହସ ଫୁଟାଇଛି । ସାଧାରଣ ପିଲାଙ୍କ ପରି ଏମାନେ ମଧ୍ୟ ବିଭିନ୍ନ ପ୍ରକାରର ପିଠାପଣା ଖାଇ ରଜ ଗୀତ ସହ ଦୋଳି ଖେଳର ମଜା ନେଉଛନ୍ତି । ସେପଟେ ଦୃଷ୍ଟିହୀନଙ୍କ ପାଇଁ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details