ଓଡିଶା

odisha

ETV Bharat / briefs

ପାଟକୁରା ନିର୍ବାଚନ ନେଇ ବିଜେଡିକୁ ବିଜେପିର ଟାର୍ଗେଟ୍ - kendrapada

ପାଟକୁରା ନିର୍ବାଚନ ନେଇ ବିଜେପିର ପ୍ରେସମିଟ୍ । 'ଫନି' ପ୍ରଭାବରେ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇନଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଅଭିଯୋଗ ଆଣିଛି ବିଜେପି ନେତୃବୃନ୍ଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jun 12, 2019, 3:08 AM IST

କେନ୍ଦ୍ରାପଡା: ପାଟକୁରାରେ ଖୁବ୍ ଶୀଘ୍ର ନିର୍ବାଚନ ଆଶାରେ ରାଜ୍ୟ ବିଜେପି । ଏନେଇ ମଙ୍ଗଳବାର ଅପରାହ୍ନରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଏକ ପ୍ରେସମିଟର ଆୟୋଜନ କରାଯାଇଥିଲା । ବାତ୍ୟା 'ଫନି' ପ୍ରଭାବରେ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇନଥିଲା । ତଥାପି ପ୍ରଶାସନ ପକ୍ଷରୁ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଅଭିଯୋଗ ଆଣିଥିଲେ ବିଜେପି ନେତୃବୃନ୍ଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏଥିସହିତ ପାଟକୁରା ଆସନ ପାଇଁ ପ୍ରାର୍ଥୀ ଚୟନରେ ବିଜେଡି ଯେଉଁଭଳି ଭାବେ ଚଞ୍ଚକତା ଦେଖାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ଆଉ ଏବେ ବିଭିନ୍ନ ଆଳ ଦେଖାଇ ନିର୍ବାଚନକୁ ବିଳମ୍ବ କରିବା ସହିତ ବିଜୟ ମହାପାତ୍ରଙ୍କ ଭଳି ନେତାଙ୍କୁ ବିଧାନସଭାରେ ସ୍ଥାନ ନଦେବାକୁ ବିଜେଡି ଯେଉଁ ଚକ୍ରାନ୍ତ କରିଛି ତାହା ନିଷ୍ଫଳ ହେବ ବୋଲି କହିଛନ୍ତି ନେତୃବର୍ଗ ।

ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରତ୍ୟେକ୍ଷ ଭାବରେ ନ ଲଢ଼ି ରାଜ୍ୟ ପ୍ରଶାସନ ଓ ପୋଲିସ ପ୍ରଶାସନ ଦ୍ୱାରା ନିର୍ବାଚନ ଲଢ଼ିଥିବା ଅଭିଯୋଗ ଆଣିଛି ବିଜେପି । ଅପରପକ୍ଷେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ଥିବାରୁ ପାଟକୁରା ନିର୍ବାଚନ ଜୁନ ମାସ ଶେଷ କିମ୍ବା ଜୁଲାଇ ମାସ ପ୍ରାରମ୍ଭରେ କରାଯାଇପାରେ ବୋଲି ଆଶାବ୍ୟକ୍ତ କରିଛି ବିଜେପି । ଚଳିତ ନିର୍ବାଚନରେ ପାଟକୁରାରୁ ବିଜୟ ମହାପାତ୍ର ବିଜୟୀ ହୋଇ ବିଧାନସଭା ଯିବା ସହ ରାଜ୍ୟ ବିଜେପି ବିଧାୟକ ସଂଖ୍ୟା ୨୪ରେ ପହଞ୍ଚିବ ବୋଲି ଆଶାବାଦୀ ରହିଛି ବିଜେପି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details