ଓଡିଶା

odisha

ETV Bharat / briefs

କମିଶନରେଟ ପୋଲିସର ମନ ଜିଣିଲେ ବିଜୟା - heart

ହଜି ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କ ବ୍ୟାଗକୁ ଫେରାଇ କମିଶନରେଟ୍ ପୋଲିସ ଦ୍ବାରା ପୁରସ୍କୃତ ହେଲେ ସାଲେପୁରର ବିଜୟାନନ୍ଦ ମହାନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jun 1, 2019, 9:30 PM IST


କଟକ: 'ଲୋଭ' ମଣିଷର ପରମ ଶତ୍ରୁ । ତଥାପି ଏହା ପ୍ରତି ମଣିଷ ମଧ୍ୟରେ ରହିଥାଏ । ନିଜ ଭିତରେ ଥିବା ଏହି ସ୍ବଭାବକୁ କେହି କେହି ମନ ଭିତରେ ଚାପି ରଖେ ତ ଆଉ କିଏ ଏହି ଶଦ୍ଦକୁ ମାରିପାରେନି । କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତି ଯିଏ ଏହି 'ଲୋଭ' ନାମକ ଶଦ୍ଦକୁ ନିଜ ଭିତରେ ପ୍ରଶୟ ଦେଇନାହାନ୍ତି । ଏ ହେଉଛନ୍ତି ସାଲେପୁର ଅଞ୍ଚଳର ବିଜୟାନନ୍ଦ ମହାନ୍ତି । ଜଣେ କମିଶନରେଟ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କର ହଜିଯାଇଥିବା ବ୍ୟାଗକୁ ଫେରାଇ ଆଜି ସମ୍ମାନିତ ହୋଇଛନ୍ତି ।

ସୂଚନାନୁସାରେ, କମିଶନରେଟ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କ ଏକ ବ୍ୟାଗ ହଜି ଯାଇଥିଲା। ସେହି ବ୍ୟାଗରେ ବିପୁଳ ପରିମାଣର ଟଙ୍କା ସହ ସହ ସୁନାଗହଣା । ମାତ୍ର ଉକ୍ତ ବ୍ୟାଗଟିକୁ ବିଜୟା ବାଟରେ ଯିବା ସମୟରେ ପାଇଥିଲେ । ଆଉ ବ୍ୟାଗଟିର ପ୍ରକୃତ ମାଲିକକୁ ଫେରାଇବାକୁ ସେ ଚେଷ୍ଟା କରିଥିଲେ । ଫୋନ ମାଧ୍ୟମରେ ଯୋଗାଯୋଗ କରି ସେହି ବ୍ୟାଗକୁ ଉଚିତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ। ଯେଉଁଥିପାଇଁ ଆଜି କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ସମ୍ମାନିତ କରିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ପରେ ଡିସିପି ସିଂ କହିଛନ୍ତି ଯେ, ସମାଜରେ ବିଜୟା ଭଳି ମଣିଷ ରହିବା ଆବଶ୍ୟକ ରହିଛି । ସମସ୍ତେ ତାଙ୍କ ପରି ହେବା ଉଚିତ୍ । କାରଣ ଏଭଳି ସ୍ଵଭାଵ ଏକ ନୂତନ ସମାଜ ଗଠନ ଦିଗରେ ସହାୟକ ହେବ । ଏଥିସହିତ ସମାଜରେ ବଢୁଥିବା ଅପରାଧକୁ ରୋକାଯାଇପାରିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details