ଓଡିଶା

odisha

ETV Bharat / briefs

ବିଜେଡି ଛାଡିଲେ ଟିକେଟ ଆଶାୟୀ

ଦୀପକ ତାଙ୍କ ସହ ବିଶ୍ବାସ ଘାତକତା କରାଯାଇଥିବା ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଗତ ଏକ ବର୍ଷ ହେଲା ସେ ନିସ୍ବାର୍ଥ ଭାବେ ଦଳର ସମସ୍ତ କାର୍ଯ୍ୟକ୍ରମ କରୁଥିଲେ ।

By

Published : Apr 1, 2019, 3:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡିରେ ଦଳ ଛଡା ରାଜନୀତି ସେତେ ବଢୁଛି । ଦଳୀୟ ଟିକେଟ ନପାଇ ଅନେକ ନେତା ଦଳ ଛାଡିଥିବା ବେଳେ ଗତକାଲି ବାଲେଶ୍ବର ଜିଲ୍ଲାର ହେଭିୱେଟ ବିଜେଡି ନେତା ଦଳ ଛାଡିଥିବାବେଳେ ଆଜି ରେମୁଣା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଦୀପକ ମଲ୍ଲିକ ବିଜେଡି ଛାଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୀପକ ମଲ୍ଲିକ ରେମୁଣା ଆସନରୁ ଆଶାୟୀ ପ୍ରାର୍ଥୀ ଥିଲେ କିନ୍ତୁ ତାଙ୍କୱ ସ୍ଥାନରେ ଦଳ ସୁଧାଂଶୁ ଶେଖର ପରିଡାଙ୍କୁ ଟିକେଟ ଦେଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୀପକ ତାଙ୍କ ସହ ବିଶ୍ବାସ ଘାତକତା କରାଯାଇଥିବା ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଗତ ଏକ ବର୍ଷ ହେଲା ସେ ନିସ୍ବାର୍ଥ ଭାବେ ଦଳର ସମସ୍ତ କାର୍ଯ୍ୟକ୍ରମ କରୁଥିଲେ ।

ଆହୁରି ମଧ୍ୟ କହିଛନ୍ତି ସେ ଯେତେବେଳେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିଲେ ତାଙ୍କୁ ରେମୁଣା ଆସନରୁ ଟିକେଟ ମିଳିବ ବୋଲି କୁହାଯାଇଥିଲା ।

କିନ୍ତୁ ଦଳ ଏବେ ଜଣେ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ଟିକେଟ ଦେଇଛି ତେଣୁ ଦଳରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details