ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକଙ୍କ ଏକ ବଡ ସମସ୍ୟା ହେଉଛି କେଶ ଝଡିବା । ତେବେ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ବହୁତ ଲୋକ ବିଭିନ୍ନ ଉପାୟ ଆପଣାଉଛନ୍ତି । କେବଳ ସେତିକି ନୁହେଁ, ଘଣ୍ଟା ଘଣ୍ଟା ସମୟ ମଧ୍ୟ ପାର୍ଲରରେ ବିତାଇଥାନ୍ତି । ହେଲେ ସେଥିରେ କୌଣସି ଫରକ ଦେଖିବାକୁ ମିଳେ ନାହିଁ ।
ବର୍ତ୍ତମାନ ସମୟରେ କେଶ ଝଡିବାର ମୁଖ୍ୟ କାରଣ ହେଉଛି ଖାଦ୍ୟ ପେୟରେ ଅନିୟମିତତା ଓ ପ୍ରଦୂଷଣ । ତେଣୁ ଏହାକୁ ନେଇ ଚିନ୍ତିତ ହେବାର କିଛି ନାହିଁ, ଏବେ ଚୁଟକିରେ ଗାୟବ ହେବ ଆପଣଙ୍କ ଅସୁବିଧା । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ...
ଚାଉଳ ପାଣି । ଏଥିରେ କେବଳ କାର୍ବୋହାଇଡ୍ରେଟ ନଥାଏ ବରଂ ଏହା ଆମର ଚର୍ମ, ଶରୀର ଓ କେଶ ପାଇଁ ବହୁତ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଓ ମିନେରାଲ୍ସ ରହିଥାଏ । ଏହି ପାଣି କେଶ ପାଇଁ ଏକ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରେ ।
ବ୍ୟବହାର କରିବାର ପ୍ରଣାଳୀ
1. କେଶକୁ ଭଲ ଭାବେ ସାମ୍ପୋରେ ଧୋଇ ନିଅନ୍ତୁ । ଏହାପରେ ଚାଉଳ ପାଣିକୁ କଣ୍ଡିସନର ଭାବେ କେଶରେ ଲଗାନ୍ତୁ । ପରେ ପରେ ଭଲ ଭାବେ ମୁଣ୍ଡରେ ଘଷନ୍ତୁ ଓ କିଛି ସମୟ ପରେ ମୁଣ୍ଡ ଧୋଇ ଦିଅନ୍ତୁ । ଯାହା ଆପଣଙ୍କ କେଶକୁ ସଫ୍ଟ କରିବ ।