ଓଡିଶା

odisha

ETV Bharat / briefs

ମୋଦିଙ୍କୁ କ୍ଲିନ ଚିଟ୍ ନେଇ ପ୍ରଶ୍ନ ଉଠାଇଲେ ଅଖିଳେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ ଚିଟ୍ ମିଳିବା ପରେ ଅଖିଳେଶ ଯାଦବ ଟ୍ବିଟର ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଟାର୍ଗେଟ୍ କରିଛନ୍ତି । ଅଖିଳେଶ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପିଙ୍କୁ ପ୍ରକୃତ କ୍ଲିନ୍ ଚିଟ୍ ଦେବେ ସାଧାରଣ ଜନତା ।

By

Published : May 5, 2019, 10:34 AM IST

ଫାଇଲ ଫଟୋ:@yadavakhilesh

ପ୍ରୟାଗରାଜ: ଶନିବାର ନିର୍ବାଚନ ଆୟୋଗ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ ଚିଟ୍ ମିଳିବା ପରେ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ ଉଠିଛି । ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିବା ମାମଲାରେ ମୋଦିଙ୍କୁ କ୍ଲିନ ଚିଟ୍ ମିଳିଥିଲା । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଟ୍ବିଟର ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଟାର୍ଗେଟ୍ କରିଛନ୍ତି । ଅଖିଳେଶ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପିଙ୍କୁ ପ୍ରକୃତ କ୍ଲିନ୍ ଚିଟ୍ ଦେବେ ସାଧାରଣ ଜନତା । 'ଅବକୀ ବାର, ଟୋଟାଲ ସାଫ୍' ।

ଫଟୋ ସୌଜନ୍ୟ :@yadavakhilesh

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ବାରଣାସୀ ଏବଂ ମହାରାଷ୍ଟ୍ରର ନାନ୍ଦେଡରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ନିର୍ବାଚନ ଆୟୋଗ କୌଣସି ଭୂଲ ନପାଇବାରୁ ତାଙ୍କୁ କିନ୍ ଚିଟ୍ ଦେଇଥିଲେ । ତେବେ ଏହି କ୍ଲିନ୍ ଚିଟକୁ ନେଇ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ମତଭେଦ ଚାଲିଥିବା ସୂଚନା ରହିଛି ।

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ପିଏମ ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ 11ଟି ମାମଲା ରୁଜୁ କରାଯାଇଥିଲା । ତେବେ ନିର୍ବାଚନ ଆୟୋଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ କଂଗ୍ରେସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ପରେ ନିର୍ବାଚନ ଆୟୋଗକୁ ମେ 6 ସୁଦ୍ଧା ସମସ୍ତ ଅଭିଯୋଗର ଶୁଣାଣି କରିବାକୁ କୋର୍ଟ ଆଦେଶ ଦେଇଥିଲେ ।

ABOUT THE AUTHOR

...view details