ଓଡିଶା

odisha

ETV Bharat / briefs

ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଗତ 7ଦିନ ଧରି ନିଖୋଜ ଥିବା ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।

By

Published : May 13, 2019, 10:47 AM IST

Updated : May 13, 2019, 12:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧ

ଖୋର୍ଦ୍ଧ: ଥମୁନି ବେଗୁନିଆରେ ଉତ୍ତେଜନା । କେତେବେଳେ ଚୋରି ତ କେତେବେଳେ ଅପହରଣ ପୁଣି କେବେ ହତ୍ୟା ଏମିତି ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି ଖୋର୍ଦ୍ଧ ବେଗୁନିଆ ଅଞ୍ଚଳରେ । ଗତକାଲି ଏକ ଅର୍ଥ ଲଗାଣକାରୀ କମ୍ପାନୀ ଠାରୁ ଅର୍ଥ ଲୁ଼ଟର 24ଘଣ୍ଟା ନପରୁଣୁ ପୁଣି ଏକ ନାବାଳକଙ୍କୁ ହତ୍ୟା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦବେରେଣି ଗାଁ ପାଖ ଜଙ୍ଗଲରୁ ଜଣେ ନାବାଳକଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି । ସୂଚନା ମୁତାବକ ମୃତ ନାବାଳକ ହେଉଛନ୍ତି ବିଶ୍ୱଜିତ ମହାପାତ୍ର । ସେ ଗତ 7ତାରିଖରୁ ନିଖୋଜ ଥିବା ପରିବାର ପକ୍ଷରୁ ଧଳାପଥର ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଆଜି ତାଙ୍କ ମୃତଦେହକୁ ନିକଟସ୍ଥ କାଜୁ ବଗିଚାରୁ ଉଦ୍ଧାର କରିଛି ପୋଲିସ ।

ସେପଟେ ମୃତ ବିଶ୍ୱଜିତଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସାଇନଟିଫିକ ଟିମକୁ ଖବର ଦେଇଛି ।

ଏପଟେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଓ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ବାଘମାରି କଣ୍ଟିଲୋ 48 ନଂ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ।


ଖୋର୍ଦ୍ଧରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 13, 2019, 12:38 PM IST

For All Latest Updates

ABOUT THE AUTHOR

...view details