ମାଲକାନଗିରି: ପ୍ରବାସୀଙ୍କ ଫେରିବା ପରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏପଟେ ମାଲକାନାଗିରି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନି । ଗୋଷ୍ଠି ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଆଜି(ସୋମବାର) ମାଲକାନଗିରି ଜିଲ୍ଲାରେ ପୁଣି ୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ମାଲକାନଗିରି ପୌରାଞ୍ଚଳରେ ୧୭ଜଣ, ବାଲିମେଳା ଏନ ଏ ସି ରେ ୧୬, କାଲିମେଳା ବ୍ଲକରେ ୧୪, ଖଇରପୁଟ ବ୍ଲକରେ ୯, ମାଲକାନଗିରି ବ୍ଲକ ରେ ୧୧,ମାଥିଲି ବ୍ଲକ ରେ ୬ଜଣ, ଚିତ୍ରକୋଣ୍ଡା ବ୍ଲକରେ ୯, କୋରୁକୋଣ୍ଡା ବ୍ଲକରେ ୧୪ଜଣ, ପଡିଆରେ ୨ଜଣ ଚିହ୍ନଟ ହୋଇଛନ୍ତି।
ମାଲକାନଗିରିରେ ପୁଣି ୯୮ କୋରୋନା ଆକ୍ରାନ୍ତ ଚିହ୍ନଟ - total rises to 1347
ଆଜି(ସୋମବାର) ମାଲକାନଗିରି ଜିଲ୍ଲାରେ ପୁଣି ୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1347କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ 861 ଜଣ ସୁସ୍ଥ ହୋଇଥିବା ବେଳେ 484 ଜଣ ଚିକିତ୍ସିତ ହଉଛନ୍ତି। ଏବଂ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...
ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1347କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ 861 ଜଣ ସୁସ୍ଥ ହୋଇଥିବା ବେଳେ 484 ଜଣ ଚିକିତ୍ସିତ ହଉଛନ୍ତି। ଏବଂ ଦୁଇ ଜଣ ମୃତ୍ୟୁବରଣ କରିଥିବା କୁହାଯାଇଛି। ତେବେ ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଦିନ ରାତି ଏକ କରି ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା କରାଯାଇଛି । ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ