ଢେଙ୍କାନାଳ: ପ୍ରବାସୀଙ୍କ ଫେରିବା ପରେ ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ଢେଙ୍କାନାଳ ଜିଲ୍ଲାରୁ ପୁଣି ୪ କୋରୋନା ପଜିଟିଭ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ପହଞ୍ଚିଛି । ସୂଚନା ମୁତାବକ, ଏହି ୪ ଜଣଙ୍କ ମଧ୍ୟରୁ ହିନ୍ଦୋଳ ବ୍ଲକ କନସରା କେନ୍ଦ୍ରରୁ ୩ଜଣ ହୋଇଥିବା ବେଳେ ମାଧପୁର ସଂଗରୋଧ କେନ୍ଦ୍ରରୁ ଜଣେ । ତେବେ ସେମାନଙ୍କ ମଧ୍ୟରୁ ୨ଜଣ ତେଲେଙ୍ଗାନାରୁ, ଜଣେ ରାଜସ୍ଥାନରୁ ଓ ଆଉ ଜଣେ ତାମିଲନାଡୁରୁ ଆସି ସଂଗରୋଧ କେନ୍ଦ୍ରରେ ରହୁଥିଲେ।
ଢେଙ୍କାନାଳରେ ପୁଣି 4 କୋରୋନା ପଜିଟିଭ, ମୋଟ ଆକ୍ରାନ୍ତ 79କୁ ବୃଦ୍ଧି
ଢେଙ୍କାନାଳ ଜିଲ୍ଲାରୁ ପୁଣି ୪ କୋରୋନା ପଜିଟିଭ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ପହଞ୍ଚିଛି । ଅଧିକ ପଢନ୍ତୁ...
ଢେଙ୍କାନାଳରେ ପୁଣି 4 କୋରୋନା ପଜିଟିଭ, ମୋଟ ଆକ୍ରାନ୍ତ 79କୁ ବୃଦ୍ଧି
ଗତ ୨୭ ତାରିଖରେ ସମସ୍ତଙ୍କର ସ୍ୱାବ ପରୀକ୍ଷା ପାଇଁ ଯାଇଥିବାବେଳେ ଗତ ୨୯ ତାରିଖ ସଂନ୍ଧ୍ୟାରେ ଏମାନଙ୍କ ରିପୋର୍ଟ ପଜିଟିଭ ବିହାରିଥିବା ଜଣାପଡିଛି । ଏବେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ କୋଭିଡ ହେଲଥ ସେଣ୍ଟରକୁ ପଠାଯାଇଛି । ସେପଟେ ଜିଲ୍ଲାରେ ଆଉ ୩ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନାନୁସାରେ, ଆଜିସୁଧା ଢେଙ୍କାନାଳ ଜିଲ୍ଲାରେ ମୋଟ ୭୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୩ଜଣ ସକ୍ରିୟ ଅଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ