ଖୋର୍ଦ୍ଧା: ଫନିର ଯିବାର ମାସେ ପୂରିଛି । ହେଲେ ରଚିଯାଇଥିବା ତାଣ୍ଡବ ଅନେକଙ୍କ ସୁଖର ସଂସାରକୁ ଉଜାଡି ଦେଇଯାଇଛି । ଝାଟିମାଟି ଘରେ ଜୀବନ ବିତାଉଥିବା ଲୋକେ ଆଜି ବାସହରା । ବାତ୍ୟା ପୂର୍ବଦିନ ଠାରୁ ଏପର୍ଯ୍ୟନ୍ତ ସ୍କୁଲ ଶ୍ରେଣୀ ଗୃହରେ କାଟୁଛନ୍ତି ଜୀବନ । ଏ ହେଉଛନ୍ତି ଖୋର୍ଦ୍ଧା ବ୍ଲକ ରାୟପୁର ଗ୍ରାମର ଚାରି ବିପନ୍ନ ପରିବାର । ଫନି ପରେ ବି ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ ।
ସେପଟେ 50 କିଲୋ ଚାଉଳ, ଦୁଇ ହଜାର ଟଙ୍କା ଏବଂ ପଲିଥିନ ବାବଦକୁ 500ଟଙ୍କା ଯୋଗାଇ ଚୁପ୍ ବସିଛି ପ୍ରଶାସନ । ବାତ୍ୟା ବିପନ୍ନ ପୂର୍ବରୁ ସାଙ୍ଗରେ କେବଳ ପିନ୍ଧା ଲୁଗା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣି ସ୍କୁଲ ଗୃହକୁ ଚାଲି ଆସିଥିବା ବେଳେ ଘରେ ଥିବା ଅବଶିଷ୍ଟ ସମ୍ପତି ବାତ୍ୟାରେ ଛାରଖାର ହୋଇଯାଇଛି ।