ଓଡିଶା

odisha

ETV Bharat / briefs

କଳ୍ପନା ପେଟ୍ରୋଲ ପମ୍ପରେ ଦୁର୍ବୁତ୍ତଙ୍କ ଦାଦାଗିରି, ଆତଙ୍କିତ କର୍ମଚାରୀ

ଅସାମାଜିକ ଯୁବକଙ୍କ ଦାଦାଗିରି । କଳ୍ପନା ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ମାଡ ମାରିବା ସହ ପେଟ୍ରୋଲ ପମ୍ପ ଉଡେଇଦେବା ନେଇ ଧମକ ଦେଲେ ଅସାମାଜିକ ଯୁବକ । ଏନେଇ ପେଟ୍ରୋଲ ପମ୍ପର କର୍ମଚାରୀମାନେ ଡିସିପିଙ୍କ ନିକଟରେ କରିଛନ୍ତି ଅଭିଯୋଗ ।

By

Published : May 16, 2019, 7:47 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢୁଛି ଦାଦାଗିରି । ଯାହାକୁ ନେଇ ସିଧା ସଳଖ ଅଭିଯୋଗ ପହଞ୍ଚିଛି ଭୁବନେଶ୍ବର ଡିସିପିଙ୍କ ନିକଟରେ । ଦିନ ଦ୍ବିପ୍ରହରରେ ଦାଦାଗିରି କରିବା ସହ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି କଳ୍ପନା ପେଟ୍ରୋଲ ପମ୍ପର କର୍ମଚାରୀମାନେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାମୁତାବକ, OD 02 AX 6980 ମାରୁତି ଅଲଟୋରେ ଆସିଥିବା କିଛି ଅସାମାଜିକ ଯୁବକ ନନାଙ୍କ ନାଁ କହି ଗାଡିରେ ପେଟ୍ରୋଲ ପକାଇବା ପାଇଁ କର୍ମଚାରୀଙ୍କୁ କହିଥିଲେ । ତେବେ କର୍ମଚାରୀ ଜଣଙ୍କ ପଇସା ଦେଲେ ପେଟ୍ରୋଲ ମିଳିବ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ 2ଜଣ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏଥିସହ ମାଲିକଙ୍କୁ ୨୦ ହଜାର ଟଙ୍କା ବଟି ଦେବା ପାଇଁ କହିବ, ନଚେତ ପେଟ୍ରୋଲ ପମ୍ପ ଉଡାଇଦେବୁ ବୋଲି ସେମାନେ ଧମକ ଦେଇଥିଲେ ।

ତେବେ ଏପରି ଥରେ ନୁହେଁ ଅନେକ ଥର ଅନେକ ଯୁବକ ଆସି ଏପରି ଧମକ ଚମକ ଦେବା ସହ ପେଟ୍ରୋଲ ନ ପକାଇଲେ ବମ୍‌ ପକାଇଦେବୁ ଓ ଏଠାରେ କାମ କରିପାରିବନି ବୋଲି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ଏନେଇ ସ୍ଥାନୀୟ ବଡଗଡ ଥାନାରେ ଅଭିଯୋଗ କଲେ ବି ଥାନା ବାବୁ ଓଲଟା କର୍ମଚାରୀଙ୍କୁ ଗାଳି ଦେଉଥିବା ପଟ୍ରୋଲ୍‌ ପମ୍ପ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । କାରଣ ସ୍ଥାନୀୟ ଗୁଣ୍ଡାଙ୍କ ଦେହରେ ହାତ ଲଗାଇବାକୁ ଥାନାବାବୁ ଡରୁଛନ୍ତି ।

ଶେଷରେ କୌଣସି ଉପାୟ ନପାଇ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଚିଭି ଭାରତ

ABOUT THE AUTHOR

...view details