ରାଇରଙ୍ଗପୁର: ନିଆଁରେ ପୋଡ଼ି ହୋଇ ଯୁବତୀ ଗୁରୁତର । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମରେ । ଗୁରୁତର ଯୁବତୀ ସେହି ଗ୍ରାମର 18 ବର୍ଷୀୟ ରଶ୍ମିତା ନାଏକ ।
ସୂଚନାନୁସାରେ, ରଶ୍ମିତା ନିଜ ଘରେ ରୋଷେଇ କରୁଥିବା ବେଳେ ସାମାନ୍ୟ ଅସାବଧାନତାରୁ ସେ ପିନ୍ଧିଥିବା ଓଢ଼ଣୀରେ ନିଆଁ ଲାଗି ଯାଇଥିଲା । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ବହୁ କଷ୍ଟରେ ନିଆଁ ଲିଭାଇଥିଲେ । ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରରୁଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରଶ୍ମିତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।