ଓଡିଶା

odisha

ETV Bharat / briefs

ରଜଗୀତରେ କମ୍ପୁଛି କୋପଣ୍ଡ ଗାଁ

ରଜ ତିନିଦିନ କୋପଣ୍ଡ ଗାଁରେ ଆୟୋଜିତ ହେଉଛି ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ତେବେ ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ରଜ ପୋଡପିଠା । ମହୋତ୍ସବ ସ୍ଥଳରେ ବନ୍ଧୁ ପରିଜନଙ୍କ ସହ ପୋଡପିଠା ଖାଇ ଏହାର ମଜା ନେଉଛନ୍ତି ସମସ୍ତେ ।

By

Published : Jun 15, 2019, 8:56 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ଯାଜପୁର: ଆଜି ରଜ ସଂକ୍ରାନ୍ତି । ଏଥିପାଇଁ ଗାଁ ଠୁ ସହର ଯାଏଁ ସବୁଠି ଉତ୍ସବର ମାହୋଲ । ତେବେ ବ୍ୟାସନଗର ପୌରାଞ୍ଚଳର କୋପଣ୍ଡ ଗ୍ରାମରେ ଧୁମଧାମରେ ପାଳିତ ହୋଇଛି ରଜ ପର୍ବ । ରଜ ପାଇଁ ଏଠାରେ ପୋଡପିଠା, ଶଙ୍ଖଫୁଙ୍କା, ହୁଳହୁଳି, ରଜଦୋଳୀ, କବାଡି ଆଦି ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ଉତ୍ସବ ପରିସରରେ ରଜପାନ ଖାଇ ରଜର ମଜା ନେଉଛନ୍ତି ଆବାଳ ବୃଦ୍ଧବନୀତା । ତେବେ ଆଗାମୀ ଦିନରେ ଏହାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ଗାଁର ବିବାହିତା କନ୍ୟା ମଧ୍ୟ ରଜ ପାଳିବାକୁ ନିଜ ବାଘଘରକୁ ଆସି ଉତ୍ସବରେ ସାମିଲ ହେବାକୁ ଭୁଲିଯାଇନାହାନ୍ତି । କୋପଣ୍ଡ ଗାଁର ଏହି ରଜ ମହୋତ୍ସବକୁ ଉପଭୋଗ କରିବା ପାଇଁ ବ୍ୟାସନଗର ସହର ତଥା ଆଖପାଖ ଗାଁର ଲୋକମାନେ ମଧ୍ୟ ଏଠାକୁ ଆସୁଛନ୍ତି ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details