ଓଡିଶା

odisha

ETV Bharat / briefs

ନିର୍ବାଚନୀ ପ୍ରଚାରରେ ସେନା ନିୟୋଜିତକୁ ନେଇ ରାଷ୍ଟ୍ରପତିଙ୍କୁ ଅବସରପ୍ରାପ୍ତ ସୈନିକଙ୍କ ଚିଠି

ନିର୍ବାଚନୀ ପ୍ରଚାର ସେନା ନିୟୋଜିତକୁ ନେଇ ପାଖାପାଖି 150ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସେନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ଗତ ଏପ୍ରିଲ 11ରେ ସେନା ପ୍ରମୁଖଙ୍କ ଏହି ଚିଠି ସାର୍ବଜନୀନ ହୋଇଥିଲା। ସେମାନେ ସାରା ଦେଶର ସେନା ହୋଇଥିବା ବେଳେ ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ପ୍ରଚାର ସମୟରେ ସେନାଙ୍କୁ ମୋଦୀଙ୍କ ସେନା କାହିଁକି କହିଥିଲେ ବୋଲି ସେନା ପକ୍ଷରୁ ଆପତ୍ତି କରାଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 12, 2019, 1:23 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନୀ ପ୍ରଚାର ସମୟରେ ସୁରକ୍ଷା ପାଇଁ ସେନାଙ୍କୁ ନିୟୋଜିତ କରାଯାଉଛି। ଯାହାକୁ ନେଇ ଅବସରପ୍ରାପ୍ତ ସେନାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ପାଖାପାଖି 150ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସେନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସେନାପ୍ରମୁଖଙ୍କ କହିବାନୁଯାୟୀ, ନିର୍ବାଚନୀ ପ୍ରଚାରରେ ସେନାଙ୍କ ନାମ ବ୍ୟବହାର କରିବାର ଆବଶ୍ୟକତା ନାହିଁ । ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ପ୍ରଚାର ସମୟରେ ସେନାଙ୍କୁ ମୋଦିଙ୍କ ସେନା ବୋଲି କହିଥିଲେ। ଯାହାକୁ ନେଇ ଅବସରପ୍ରାପ୍ତ ସେନା ପ୍ରମୁଖଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନେ ସାରା ଦେଶର ସେନା ହୋଇଥିବା ବେଳେ ତାଙ୍କୁ କାହିଁକି ମୋଦିଙ୍କ ସେନା ବୋଲି ସମ୍ବୋଧନ କରାଯାଇଥିଲା । ଗତ ଏପ୍ରିଲ 11ରେ ସେନା ପ୍ରମୁଖଙ୍କ ଏହି ଚିଠି ସାର୍ବଜନୀନ ହୋଇଥିଲା ।

ସେହିପରି ମହାରାଷ୍ଟ୍ର ଲାତୁରର ଏକ ରାଲିରେ ମୋଦି ସାହାସୀ ଲୋକଙ୍କୁ ନିଜ ଭୋଟ ଦେବା ପାଇଁ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ଆହ୍ବାନ ଦେଇଥିଲେ । ତେବେ ମୋଦି ରାଲିରେ ଦେଇଥିବା ଏହି ଭାଷଣର ତଦନ୍ତ ଜାରି ରହିଥିବା ବେଳେ ନିର୍ବାଚନ ଆୟୋଗ ଏନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି । ଏଥିସହିତ ସେ ନିର୍ବାଚନୀ ପ୍ରଚାର ଅଭିଯାନରେ ରାଜନୈତିକ ଦଳକୁ ସେନାଙ୍କ ପାଇଁ ବ୍ୟବହାର କରିବାକୁ ମନା କରିଛନ୍ତି ।

ABOUT THE AUTHOR

...view details