ଓଡିଶା

odisha

ETV Bharat / briefs

ଡକାୟତି ଉଦ୍ୟମ ପଣ୍ଡ: 2 ଡକାୟତ ଗିରଫ, ବନ୍ଧୁକ ସମେତ 7 ଜୀବନ୍ତ ଗୁଳି ଜବତ

ଡକାୟତି ଓ ରାହାଜାନୀରେ ସଂପୃକ୍ତ ଥିବା 2 ଯୁବକଙ୍କୁ ଜଟଣୀ ଥାନା ପୋଲିସ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ 7ଟି ଜୀବନ୍ତ ଗୁଳି ଜବତ କରିଛି ।

By

Published : May 27, 2019, 5:04 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ଖୋର୍ଦ୍ଧା


ଖୋର୍ଦ୍ଧା: ଡକାୟତି ଯୋଜନା ହେଲା ଭଣ୍ଡୁର । ଡକାୟତ ପାଇଁ ଉଦ୍ୟମ କରୁଥିବାବେଳେ ଜଟଣୀ ଥାନା ପୋଲିସ 2 ଯୁବକଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଖୋର୍ଦ୍ଧା


ସୂଚନାଥାଉକି, ରବିବାର ବିଳମ୍ବିତ ରାତିରେ 16ନଂ ଜାତୀୟ ରାଜପଥର ଗଙ୍ଗପଡା ଟୋଲଗେଟ ନିକଟରେ 2ଯୁବକ ଡକାୟତ ପାଇଁ ଉଦ୍ୟମ କରୁଥିଲେ । ସଠିକ୍‌ ସମୟରେ ଜଟଣୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି 2ଯୁବକଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ 7ଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ୍‌ । ଗିରଫ ହୋଇଥିବା 2ଯୁବକ ହେଲେ ଖୋର୍ଦ୍ଧା କୁମ୍ଭୀଲର ସଞ୍ଜୟ ବଡଜେନା ଏବଂ ଗଞ୍ଜାମ ଜିଲ୍ଲା ଆସ୍କାର ଚିଣ୍ଟୁ ଜେନା ।

ପୋଲିସ୍‌ ସୋମବାର 2 ଯୁବକଙ୍କୁ କୋର୍ଟ ଚାଲାଣ କରିଛି । ଏହି ଯୁବକ ଦ୍ବୟ ଜାତୀୟ ରାଜପଥରେ ହେଉଥିବା ଡକାୟତି ଓ ରାହାଜାନୀରେ ସଂପୃକ୍ତ ଥିବା ପୋଲିସ କହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details