ଭୁବନେଶ୍ବର: ଓଡ଼ିଶାରେ ଏବେ ହୁହୁ ହୋଇ ବଢ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଭୁବନେଶ୍ବରରୁ ଚିହ୍ନଟ ହେଲେ 16 କୋରୋନା ପଜିଟିଭ୍ । ସଙ୍ଗରୋଧ କେନ୍ଦ୍ରରେ 14 ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ଗତ ତିନି ଦିନ ଧରି ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି ।
ପଟିଆ ଶ୍ରୀବିହାରରୁ 3 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ 31 ବର୍ଷ, 65 ବର୍ଷର ପୁରୁଷ ରହିଥିବା ବେଳେ ଜଣେ 58 ବର୍ଷିୟ ମହିଳା ଚିହ୍ନଟ ହୋଇଛନ୍ତି। ସେହିପରି 2 ଜଣ ଜୟଦେବ ବିହାର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ନିକଟରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ71 ବର୍ଷର ମହିଳା ରହିଥିବା ବେଳେ ଜଣେ 72 ବର୍ଷର ପୁରୁଷ ରହିଛନ୍ତି । ସେମାନେ ଆମେରିକା ଫେରନ୍ତା ବୋଲି ଜଣାପଡିଛି । 2 ଜଣ ଶାସ୍ତ୍ରୀନଗର ଅଞ୍ଚଳରୁ, ସେମାନେ କଲିକତା ଫେରନ୍ତା । ଜଣେ ଆକ୍ରାନ୍ତ ଡୁମଡୁମା ଅଞ୍ଚଳରୁ, ସେ ପୁଣେ ଫେରନ୍ତା 22 ବର୍ଷର ଯୁବକ। ଅନ୍ୟଜଣେ କଳିଙ୍ଗବିହାରର 34 ବର୍ଷର ପୁରୁଷ, ସିଏ ଓମାନରୁ ଫେରିଥିବା ସୂଚନା। ଜଣେ ସତ୍ୟବିହାରର, ଦେଲ୍ଲୀ ଫେରନ୍ତା। ଜଣେ ନୟାପଲ୍ଲି ଶବର ସାହିର, ଚେନ୍ନାଇ ଫେରନ୍ତା। ଆଉ ଜଣେ ରସୁଲଗଡର ନେତାଜୀ ବିହାରର, ଗୁରୁଗାଓଁରୁ ଫେରିଛନ୍ତି। ଅନ୍ୟଜଣେ ଯଦୁପୁର ଅଞ୍ଚଳର, ସେ ଦିଲ୍ଲୀରୁ ଫେରିଛନ୍ତି। ସେହିପରି ଅନ୍ୟ ଜଣେ 60 ବର୍ଷର ମହିଳା ନିକଟରେ କଲିକତାରୁ ଫେରିଛନ୍ତି।