ଓଡିଶା

odisha

ETV Bharat / briefs

ସ୍ବଚ୍ଛତା ପାଇଁ 11 ବର୍ଷ ଝିଅର ଚିଠିର ଜବାବ ଦେଲେ ମୋଦି

ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହ ନିଜ ଆଖପାଖ ଅଞ୍ଚଳକୁ ଲୋକମାନଙ୍କୁ ସ୍ବଚ୍ଛ ରଖିବାକୁ ପ୍ରୋତ୍ସାହିତ କରିବାକୁ ମୋଦିଙ୍କୁ ଚିଠି ଲେଖିଲେ ହରିୟାଣା ଗୁରୁଗ୍ରାମର 11 ବର୍ଷର ଝିଅ ଆରୁଷୀ ଯାଦବ । ଯାହାର ଜବାବ ପ୍ରଧାନମନ୍ତ୍ରୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: @ravinderyadava

By

Published : Jun 25, 2019, 1:28 PM IST

ନୂଆଦିଲ୍ଲୀ: ଜଣେ 11 ବର୍ଷ ଝିଅର ଚିଠିର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଝିଅଟି ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଲୋକମାନଙ୍କୁ ନିଜ ଆଖପାଖ ଅଞ୍ଚଳକୁ ସ୍ବଚ୍ଛ ରଖିବାକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହ ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ଉତ୍ତର ଚିଠିକୁ ଝିଅର ବାପା ରବୀନ୍ଦ୍ର ଯାଦବ ଟ୍ବିଟରରେ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: @ravinderyadava

ସେ ଲେଖିଛନ୍ତି ଯେ, ଆମ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି ପାଇଁ ମୋ ଝିଅ ବହୁତ ଖୁସି ଅଛି । ମୋଦିଙ୍କ ଚିଠି ଲେଖିବା ଚିନ୍ତାଧାରା ମୋ ଝିଅର ଥିଲା । ମୁଁ କେବଳ ଚିଠି ପୋଷ୍ଟ କରିଥିଲି । ମୋ ଝିଅକୁ ଖୁସି ଦେଇଥିବାରୁ ମୋଦିଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ତେବେ ଯାଦବ ମୋଦିଙ୍କ ଚିଠି ସହ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ଟ୍ବିଟରରେ ସେୟାର କରିଛନ୍ତି ।

ସୂଚନାନୁସାରେ, ଗତ 23 ମେ ମାସରେ ହରିୟାଣା ଗୁରୁଗ୍ରାମର 11 ବର୍ଷର ଝିଅ ଆରୁଷୀ ଯାଦବ ମୋଦିଙ୍କୁ ଏହି ଚିଠି ଲେଖିଥିଲେ । ଚିଠିରେ ଆରୁଷୀ ଲେଖିଥିଲେ, ଦ୍ବିତୀୟ ଥର ଆପଣ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ବହୁତ ଖୁସି । ମୋର ଗୋଟିଏ ଅନୁରୋଧ ମୁଁ ସ୍କୁଲ ଯିବା ସମୟରେ ଏହାର ଆଖପାଖ ଅଞ୍ଚଳରେ ଅନେକ ଅଳିଆ ଆବର୍ଜନା ପଡିଥିବାର ଦେଖୁଛି । ମୁଁ ଚାହୁଁଛି ଆପଣମାନେ ଲୋକମାନଙ୍କୁ ନିଜ ଆଖପାଖ ଅଞ୍ଚଳ ସଫା ରଖିବାକୁ ପ୍ରୋତ୍ସାହିତ କରନ୍ତୁ । ଯଦି ମୋତେ ଏହି ଅଳିଆ ଆବର୍ଜନାକୁ ସଫା କରିବାକୁ ପଡେ ତାହେଲେ ମୁଁ ନିଶ୍ଚିତ ଭାବେ କରିବି । ଏହାର ଜବାବରେ ମୋଦି ଲେଖିଥିଲେ ଯେ, 2019 ଲୋକସଭା ନିର୍ବାଚନରେ ବିଜେପି ଏବଂ ଏନଡିଏର ଐତିହାସିକ ବିଜୟ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ।

ABOUT THE AUTHOR

...view details